ଲକ୍ଷ୍ମୌ, ୨୪।୫: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟକୁ ଝଟକା ଲାଗିଛି। ୮୦ଟି ଲୋକସଭା ଆସନରୁ ବିଜେପି ଏକାକୀ ୬୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାର ସହଯୋଗୀ ଆପନା ଦଳ ୩ଟି ଆସନରେ ବିଜୟୀ ହୋଇଛି। ପରାଜୟ ପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛନ୍ତି। ଇଭିଏମ ଉପରୁ ଲୋକଙ୍କ ଭରସା ତୁଟିଛି ବୋଲି ସେ କହିଛନ୍ତି।