Categories: ଜାତୀୟ

ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଦେଶର କରୁଛନ୍ତି ବିଭାଜନ: ଜାଭେଦ୍‌ ଅଖତର

ପାଟନା,୨୮।୪: ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଭାଜପାରେ ରହି ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ବିଭାଜନ କରିବାର ପ୍ରୟାସ କରୁଛନ୍ତି। ଭାଜପା ଦେଶରେ ଏକ ଖରାପ ସ୍ଥିତି ସୃଷ୍ଟି ଉତ୍ପନ୍ନ କରିଛି। ବିହାର ବେଗୁସରାଇ ଲୋକ ସଭା ଆସନରେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବା ସମୟରେ ଗୀତିକାର ଜାଭେଦ୍‌ ଅଖତର ଏଭଳି ଅଭିଯୋଗ କହିଛନ୍ତି। ଭୋଟରଙ୍କୁ ଜାତି ଆଧାରରେ ଭୋଟ ଦେବାକୁ ଭାଜପା ପ୍ରୋତ୍ସାହିତ କରୁଛି। ଏପରି କରି ଦେଶର ସମ୍ବିଧାନ ତଥା ଗଣତନ୍ତ୍ରର ବିରୋଧ କରାଯାଉଥିବା ସେ କହିଛନ୍ତି। ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଦେଶର ସବୁ ବର୍ଗର ଲୋକେ ମିଳିତ ଭାବେ ଆଗେଇ ଆସିଥିବାବେଳେ ଏବେ ଭାଜପା ସେମାନଙ୍କୁ ଅଲଗା ଅଲଗା କରିବାର ଯୋଜନା କରୁଛି। ଭାଜପା ଶାସନରେ ଗରିବ ଅଧିକ ଗରିବ ହୋଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି। ଦେଶର ଏକ ପ୍ରତିଶତ ଲୋକଙ୍କ ପାଖରେ ମୋଟ ସମ୍ପତ୍ତିର ୭୧ ପ୍ରତିଶତ ଗଚ୍ଛିତ ରହିଛି। ଫଳରେ ଅର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି ବୋଲି ଅଖତର ଅଭିଯୋଗ କରିଛନ୍ତି।

Share