Posted inଭଦ୍ରକ

ପରାମର୍ଶ ଶିବିରରେ ୫୫୬ ନିଯୁକ୍ତି ଆଶାୟୀ

ବନ୍ତ, ୧୪।୮ (ଡି.ଏନ.ଏ.): ବନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୧୫ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍‌ ପାଇଁ ମୋଟ ୫୫୬ ଜଣ ନିଯୁକ୍ତି ଆଶାୟୀ ଯୁବତୀ ଯୁବକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୭୭ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଆସନ୍ତା ସୋମବାରଠାରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାଯାଇଛି।
ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଡିଆର୍‌ଡିଏର ଏପିଡି(ଦକ୍ଷତା) ରୂପାଲି ମହାପାତ୍ର, ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ବାରିକ, ଡିଆର୍‌ଡିଏ ଜିଲା ସଂଯୋଜକ(ଦକ୍ଷତା) ପ୍ରିୟଦର୍ଶନ ଜେନା, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଜୀବିକା ମିଶନ ସଂଯୋଜିକା ବନଜା ବାରିକ, ସସ୍ମିତା ସାହୁ, ଦକ୍ଷତା ବିକାଶ ସଂଯୋଜିକା ସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ଯୁବତୀ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବ୍ଲକ ପ୍ରକଳ୍ପ ପରିଚାଳିକା ସସ୍ମିତା ଦାସ। ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ନିଯୁକ୍ତି ସଂସ୍ଥାର ରମାକାନ୍ତ ମହାନ୍ତି, ସତ୍ୟରଞ୍ଜନ ମିଶ୍ର, ରଶ୍ମିରଞ୍ଜନ ମହାରଣା, ସୁକାନ୍ତ ସାହୁଙ୍କ ସମେତ ୧୨ ପିଆଇଏ(ପ୍ରୋଜେକ୍ଟ ଇପ୍ଲିମେଣ୍ଟେସନ ଏଜେନ୍ସି) ଯୋଗଦେଇ ବିଭିନ୍ନ ଟ୍ରେଡ୍‌ ସମ୍ପର୍କରେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୁତ୍ତ: ଟଙ୍କା ନ ଦେବାରୁ ଗୋଡାଇ ଗୋଡାଇ ହାଣିଲେ

ଭଦ୍ରକ, ୧୯।୧୨(ସନାତନ ରାଉତ)- ଭଦ୍ରକ ନୂଆ ବସ ଷ୍ଟାଣ୍ଡ ପୋଲ ତଳେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ସମେତ ୩ ଜଣକୁ ଆକ୍ରମଣ ହୋଇଛି...

ଭାଜପା ନେତାଙ୍କ ଉପରେ ମାଡ଼ିଗଲା ଯାତ୍ରିବାହୀ  ବସ୍‌

ଭଦ୍ରକ/ବନ୍ତ,୧୫ା୧୨(ସନାତନ ରାଉତ/ହରିନାରାୟଣ ମହାନ୍ତି)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ଜାଗୁଳାଇପଦା ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ମାଡ଼ିଯିବାରୁ...

ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ…

ଧୂଷୁରୀ,୧୫ା୧୨: ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ପତ୍ରିସାହି ଗ୍ରାମରେ ଶାନ୍ତିଲତା ମାଝୀଙ୍କର ୨ ବଖରା ରବିବାର ଜଳିଯାଇଛି। ନିଆଁ ଲାଗିଯିବାରୁ ପରିବାର...

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ...

ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ

ବଘିଆପଡ଼ା,୧୦।୧୨(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଟିକରପଦା ପଞ୍ଜୟତର ଗୁରୁଜୀମୁଣ୍ଡା ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହମିଳିଛି। ମିଳିଥିବା...

ଫିଲ୍ମ ଷ୍ଟାଇଲ୍‌ରେ ଘର ଭିତରେ ପଶି ହାଣିଲେ, ଲୁଟି ନେଲେ ସୁନାଗହଣା-ଟଙ୍କା

ଭଦ୍ରକ, ୫।୧୨(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁରେ ସଶସ୍ତ୍ର ଡକାୟତି ହୋଇଛି l ଗାଁର ମାଧବ ସେଠୀଙ୍କ ଘରେ ପଶି...

ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର

ଆଗରପଡ଼ା,୨।୧୨(ସୁଶାନ୍ତ ଦାଶ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ ମେଳନ ପଡ଼ିଆ ଶ୍ମଶାନରେ ନିର୍ମାଣ ହୋଇଥିବା ଶବଦାହ କେନ୍ଦ୍ର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି...

ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ

ଧାମନଗର,୨୯।୧୧(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ):୮ ମାସ ତଳେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ତାଙ୍କ ଝିଅର ମୃତଦେହ ଫେରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri