Advertisement

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଲାଗିଥିବା ବାଲାଟ ଓ କଣ୍ଟ୍ରୋଲ ୟୁନିଟ୍‌ରେ ସମସ୍ୟା ଦେଖାଦେବାରୁ ତାହାକୁ ବଦଳା ଯାଇଥିଲା। ସେହିପରି କେତୋଟି ଭିଭିପିଏଟିରେ ତ୍ରୁଟି ରହିଥିବାରୁ ତାହାକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ତାଳଚେରର ୮୫ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ଗୁରୁତର ତ୍ରୁଟି ନେଇ ଅଭିଯୋଗ ଆସିଥିବାରୁ ପ୍ରଶାସନର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ତ୍ରୁଟି ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଅନୁଗୋଳ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମନୋଜ କୁମାର ମହାନ୍ତି କହିଛନ୍ତି।

ନିର୍ବାଚନ କମିଶନ୍‌ଙ୍କ ନିୟମାବଳୀ ଅନୁଯାୟୀ, ଯେଉଁ ବୁଥ୍‌ରେ ଇଭିଏମ୍‌ର ବିୟୁ(ବାଲାଟ୍‌ ୟୁନିଟ୍‌)ରେ ତ୍ରୁଟି ଦେଖାଦେବ ତୁରନ୍ତ ଉକ୍ତ ଇଭିଏମ୍‌ର ବାଲାଟ ୟୁନିଟ୍‌ ସହ ସିୟୁ(କଣ୍ଟ୍ରୋଲ ୟୁନିଟ୍‌)କୁ ବଦଳା ଯିବ। କିନ୍ତୁ ତାଳଚେର ଜନ୍ଦାବାହଳ ୮୫ ନମ୍ବର ବୁଥ୍‌ରେ ଇଭିଏମ୍‌ର ବାଲାଟ ୟୁନିଟ୍‌ ଖରାପ ହୋଇଥିବା ବେଳେ ଏହି ନିୟମକୁ ପାଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଇଭିଏମ୍‌ରୁ କେବଳ ବାଲାଟ୍‌ ୟୁନିଟକୁ ବଦଳା ଯାଇଥିବାବେଳେ କଣ୍ଟ୍ରୋଲ ୟୁନିଟ୍‌ ବଦଳା ଯାଇ ନାହିଁ। ଫଳରେ ମତଦାନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ଜିଲା ନିର୍ବାଚନ ଅଧିକାରୀ ମହାନ୍ତି କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାରୁ ସେ ଯେଉଁ

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share