Categories: ବାଣିଜ୍ୟ

ପରିଚାଳନା ବନ୍ଦ କଲା ଏୟାର ଡେକାନ

ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍‌ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏୟାରଡେକାନ ଏହାର ପରିଚାଳନା ବନ୍ଦ କରିଛି। କମ୍ପାନୀ ଏହା ଉପରେ ପଡିଥିବା ଚାପକୁ ସମ୍ଭାଳିବାକୁ ସକ୍ଷମ ହୋଇନାହିଁ। ଫଳରେ ପରିଚାଳନା ବନ୍ଦ କରିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। କମ୍ପାନୀ ପରିଚାଳନା ବନ୍ଦ ନେଇ ଘୋଷଣା କରିବା ସହ ଏହାର ସବୁ କର୍ମଚାରୀଙ୍କୁ ବିନା ବେତନ ଛୁଟିରେ ଘରକୁ ପଠାଇ ଦେଇଛି। ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଥିବା କମ୍ପାନୀ ତାଲିକାରେ ଏହା ପ୍ରଥମ ସ୍ଥାନରେ ରହିଛି। ସ୍ଥିତି ଠିକ୍‌ଠାକ୍‌ ହେଲେ କମ୍ପାନୀ ପୁଣି ଥରେ ସେବା ଯୋଗାଣ ନେଇ ବିଚାର କରିବ ବୋଲି କହିଛି।

Share