ପରିଚାଳନା ବୈଠକ ଆରମ୍ଭ

ପୁରୀ ଅଫିସ, ୧୧।୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ନୀତି ନିର୍ଘଣ୍ଟ ରୂଡ଼ାନ୍ତ ହେବ। ନୀତି ସବ୍‌କମିଟି ଏବଂ ଛତିଆ ନିଯୋଗ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ କରାଯାଇଛି ତା’ଉପରେ ଆଲୋଚନା କରି ପରିଚାଳନା କମିଟି ମୋହର ମାରିବ। ଏହାବ୍ୟତିତ ରଥଯାତ୍ରାର ସିଧାପ୍ରସାରଣ ନେଇ ହୋଇଥିବା ଭିଡିଂ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଏହାକୁ ନେଇ ବିବାଦ ଉପୁଜୁଥିବାରୁ ପରିଚାଳନା କମିଟି କି ପ୍ରକାର ନିଷ୍ପତ୍ତି ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଛନ୍ତି।

Share