‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୩ର କ୍ଲାସିକାଲ ମୁଭି ‘ଗରମ ହାଓ୍ବା’ ପାଇଁ ବଲିଉଡ୍‌ରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ଏହାସହ ଶୋଲେ, ତ୍ରିଶୂଳ, ଡିସ୍କୋ ଡ୍ୟାନ୍ସର, ରାମ ତେରି ଗଙ୍ଗା ମୈଲି, ଦେଶ ପ୍ରେମ, ଡ୍ୟାନ୍ସ ଡ୍ୟାନ୍ସ ଆଦି ଚଳଚ୍ଚିତ୍ରରେ ଗୀତା ଅଭିନୟ କରିଛନ୍ତି। ସେ ଟେଲିଭିଜନ ଉପସ୍ଥାପକ ତଥା ପ୍ରଯୋଜକ ଓ ଡକ୍ୟୁମେଣ୍ଟାରୀ ଫିଲ୍ମମେକର ସିଦ୍ଧାର୍ଥ କାକଙ୍କୁ ବିବାହ କରିଥିଲେ। ତାଙ୍କ ଝିଅ ଅନ୍ତରା ଏବେ ପିତାଙ୍କ ପଥ ଅନୁସରଣ କରି ଡକ୍ୟୁମେଣ୍ଟାରୀ ଫିଲ୍ମମେକର ଭାବେ କାମ କରୁଛନ୍ତି।

Share