ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ ତାଙ୍କ ସହ ସ୍ପେଶାଲ ବଣ୍ଡ ମଧ୍ୟ ଶେୟାର କରନ୍ତି। ପ୍ରାୟ ସମୟରେ ସେ ତାଙ୍କ ମା’ଙ୍କ ସହ ଫଟୋ ଓ ଭିଡିଓ ଶେୟାର କରୁଥିବା ଦେଖିବାକୁ ମିଳେ। ବେଳେବେଳେ ମା’ଙ୍କ ସହ ସମାନ୍ୟ ବାର୍ତ୍ତାଳାପ କରୁଥିବାର ଭିଡିଓ ମଧ୍ୟ ଅପଲୋଡ୍‌ କରିଥାନ୍ତି। ଏଥିସହ #DulariRocks ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ସମସ୍ତଙ୍କ ଆଖି ଲାଖିଯିବ। ଅନୁପମ ନିଜ ମା’ ଓ ଭାଇ ରାଜୁଙ୍କ ସହ ଡାନ୍ସ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଅନୁପମ ଓ ଭାଇ ରାଜୁଙ୍କ ମଝିରେ ତାଙ୍କ ମା’ଡାନ୍ସ କରୁଥିବାର ଦୃଶ୍ୟ ନଜର ଆସିଛି। ୩ଜଣ ଯାକ ମଜାଳିଆ ଭାବେ ଡାନ୍ସ କରୁଥିବା ବେଳେ ପୁଅଙ୍କ ଭିତରେ ମା’ ସେଣ୍ଟର ଅଫ୍‌ ଆଟ୍ରାକ୍ସନ୍‌ ପାଲଟିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଏକ ମଜାଳିଆ ଢ଼ଙ୍ଗରେ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ଏଭଳି ଜିନିଷ ପ୍ରତିଦିନ ଦେଖିବାକୁ ମିଳେ ନାହିଁ। ବନ୍ଧୁଗଣ ଏହାକୁ ଉପଭୋଗ କରନ୍ତୁ।

Share