ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ (୧୨୮୦୧-୧୨୮୦୨) ଆସନ୍ତା ଡିସେମ୍ବର ୫ ଓ ୬ରେ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ମୋଗଲସରାଇ ରେଳ ମଣ୍ଡଳର ବାବୁଆ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ ପୁରୁଷୋତ୍ତମର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ଦୁଇ ଦିନରେ ଟାଟା-ମୁରି-ବର୍କକନା-ଗର୍‌ଓ୍ବା ରୋଡ଼-ଚୋପନ-ଚୁନାର ଷ୍ଟେଶନ ମାର୍ଗରେ ପୁରୁଷୋତ୍ତମ ଏକ୍ସପ୍ରେସ ଚଳାଚଳ କରିବ। ସୂଚନାଯୋଗ୍ୟ, ଚାନ୍ଦିଲ-ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ଚନ୍ଦ୍ରପୁରା-ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କଶନ୍‌-ଗୋମୋ-ପାରସନାଥ-ହଜାରୀବାଗ-କୋଡର୍ମା-ପାହାଡପୁର-ଗୟା-ଅନୁଗ୍ରହ ଏନ୍‌ ରୋଡ଼- ଦେହରି ଅନ୍‌ ସୋନ-ସାସାରାମ-ବାବୁଆ ରୋଡ଼-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କଶନ ଦେଇ ଚଳାଚଳ କରିବ ନାହଁି।

Share