ପ୍ରାୟ ସବୁ ପରିବାରରେ କିଛି ନା କିଛି କାରଣକୁ ନେଇ କେତେବେଳେ ନା କେତେବେଳେ ପତ୍ନୀପତିଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। ଏମିତି କେତେଜଣ ଦମ୍ପତି ଅଛନ୍ତି ଯେଉଁମାନଙ୍କ ଭିତରେ ଅଧିକାଂଶ ସମୟ ଝଗଡା ଲାଗିବା ଦେଖାଯାଏ। ହେଲେ ଗ୍ବାଲିୟରର ଶିବପୁରୀରେ ଥିବା ଏକ ଝରଣାରେ ସ୍ନାନ କଲେ ପତ୍ନୀପତିଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂରେଇ ଯାଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏହି ଝରଣାରେ କେବଳ ବର୍ଷାଦିନେ ପାଣି ରହିଥାଏ। ଅନ୍ୟଦିନେ ଏହା ସୁଖିଲା ଥାଏ। ଏହି ଝରଣାର ପାଣିକୁ ଏକ କୁଣ୍ଡରେ ଏକାଠି କରି ରଖାଯାଏ ଯାହାର ନାମ ‘ଭଦେୟା କୁଣ୍ଡ’। ଏଥିରେ ହିଁ ଦମ୍ପତିମାନେ ସ୍ନାନ କରିବାକୁ ଗୁରୁଜନମାନେ କହିଥାଆନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଏହି କୁଣ୍ଡର ପାଣି ହେଉଛି ଅମୃତ ସମାନ। କାରଣ ଏହି ପାଣିରେ ସ୍ନାନ କଲେ ଚର୍ମ ସମ୍ପନ୍ଧିୟ ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ।