ରାୟପୁର,୫।୯: ଜଣେ ୩ ବର୍ଷର ଶିଶୁ କନ୍ୟା ବସି ଚୁଲି ଫୁଙ୍କୁଥିବା ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲା କଟେକଲ୍ୟାଣ ଅଞ୍ଚଳରେ ଥିବା ବେଙ୍ଗଲୁର୍ ଗାଁର। ଫଟୋରେ ଶିଶୁ କନ୍ୟା ଜ୍ୟୋତି ଚୁଲି ଫୁଙ୍କୁଥିବା ଦେଖିବାକୁ ମିଳୁଛି। କାଳେ ଚୁଲିର ନିଆଁ ଧାସରେ ମୁଣ୍ଡ କେଶ ଜଳି ଯିବ ସେଥି ପାଇଁ ଜ୍ୟୋତି ମୁଣ୍ଡରେ ଏକ ଲାଲ୍ ରଙ୍ଗର କପଡ଼ା ବନ୍ଧା ଯାଇଛି। ଜ୍ୟୋତିଙ୍କ ବୁଢ଼ାବାପା ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିତା ବୁଢ଼ାବାପାଙ୍କ ଦେଖାରଖା ପାଇଁ ହସ୍ପିଟାଲରେ ରହିଛନ୍ତି। ଏଠାରେ ଥିବା ଗାଡ଼ି ଷ୍ଟାଣ୍ଡ୍ରେ ଜ୍ୟୋତିଙ୍କ ପିତା ଭାତ ରାନ୍ଧିବା ଲାଗି ଚୁଲି ଲଗାଇଛନ୍ତି। ଯେପରି ଚୁଲି ନ ଲିଭିବ ସେଥି ପାଇଁ ପିତା ଜ୍ୟୋତିକୁ ଜଗାଇ ହସ୍ପିଟାଲ ଯାଇଛନ୍ତି। ଜ୍ୟୋତି ହାତରେ ଡଙ୍କି ଧରି ଏହାର ଜଗା ରଖା କରୁଛି।
Posted inଜାତୀୟ