Categories: ଜାତୀୟ

ପରିବାରର ୪ ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

ବେଙ୍ଗାଲୁରୁ, ୧୬।୮: କର୍ନାଟକର ଗୁଣ୍ଡଲୁପେଟରେ ଜଣେ ବ୍ୟବସାୟୀ ନିଜ ପରିବାରର ୪ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ତାଙ୍କ ପିତା, ମାତା, ସ୍ତ୍ରୀ ଏବଂ ପୁଅ ଅଛନ୍ତି। ବ୍ୟବସାୟରେ କ୍ଷତି ହେବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କଥା ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି। ଘଟଣାସ୍ଥଳରୁ ମୃତଦେହଗୁଡିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ସୂଚନାଯୋଗ୍ୟ, ୩୩ବର୍ଷୀୟ ବ୍ୟବସାୟୀ ଓଁକାର ପ୍ରସାଦ ନିଜ ପରିବାର ସଦସ୍ୟଙ୍କୁ ପ୍ରଥମେ ଗୁଳି ମାରି ପରେ ନିଜେ ଆତ୍ମହତ୍ୟା କରିଥିଲେ। ପୋଲିସ୍‌ ମୃତଦେହ ନିକଟରୁ ଏକ ବନ୍ଧୁକ ଜବତ କରିଛି।

Share