ବଇଣ୍ଡା, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା କୋରାବ ଗ୍ରାମର ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୭୧/୨୦ରେ ଏକ ମାମଲା ରୁଜୁ ସହ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ସେହି ଗ୍ରାମର ସୁରେନ୍ଦ୍ର ସିଠ, ପୁରନ୍ଦର ସିଠ, ମାମଲା ସିଠ, ଚଗଲା ସିଠ, ଭୀମ ସେଠ। ପୋଲିସ କହିଛି, ବାହାର ରାଜ୍ୟରେ କାମ କରୁଥିବା କେତେଜଣ ଶ୍ରମିକ କରୋନା ପାଇଁ ଗ୍ରାମକୁ ଫେରିଛନ୍ତି। ଧରଣୀଧର ଖିଲାର ଗ୍ରାମ ସମ୍ପାଦକ ହୋଇଥିବାରୁ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଗ୍ରାମରେ ସମୀକ୍ଷା କରୁଥିବାବେଳେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ଭୁଜାଲି ଓ ଠେଙ୍ଗାରେ ଧରଣୀଧରଙ୍କ ସହ ତାଙ୍କ ପରିବାରର ମଲ୍ଲୀ ଖିଲାର, ଜିତେନ୍ଦ୍ର ଖିଲାର, ବଳଭଦ୍ର ଖିଲାର, ରାଜୁ ବେହେରାଙ୍କୁ ଆକ୍ରମଣ କରିଥିଲେ। ବଳଭଦ୍ର ଓ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।