ପରିବାରେ ଏହାକୁ ମିଶାଇଲେ ଦୂର ହେବ କର୍କଟରୋଗ

ଆମେ ଜାଣିଛେ କର୍କଟ ଏକ ପ୍ରାଣଘାତୀ ରୋଗ। ଏଥିରୁ ରକ୍ଷା ପାଇବା ଶତ ପ୍ରତିଶତ ଗ୍ୟାରେଣ୍ଟି ନ ଥାଏ। ବେଳେବେଳେ ଅସାବଧାନତା ଯୋଗୁ ଏହି ରୋଗ ଆମକୁ କବଳିତ କରିଥାଏ। ଯେମିତି କି ବଜାରରୁ ଆଣୁଥିବା ଫଳ ଓ ପନିପରିବାକୁ ଭଲ ଭାବେ ନ ଧୋଇ ଏହାକୁ ଖାଦ୍ୟରେ ବ୍ୟବହାର କରିବା। କିଛି ଲୋକ ଭାବନ୍ତି ପରିବା ଧୋଇ ସାରିବା ପରେ ମଇଳା ଓ ରାସାୟନିକ ପଦାର୍ଥ ସଫା ହୋଇଯାଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ପାଣିରେ ଯେତେ ଧୋଇଲେ ମଧ୍ୟ ଏଥିରୁ ମଇଳା ଓ ରାସାୟନିକ ପଦାର୍ଥ ଦୂର ହୋଇ ନ ଥାଏ। ଏଥିରେ ଗୋଟିଏ ଚାମଚ ଖାଇବା ସୋଡ଼ା ପକାଇଲେ ହିଁ କର୍କଟ ଭଳି ମାରାତ୍ମକ ରୋଗ ଆମ ପାଖ ମାଡ଼ିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ବଜାରରୁ ଆଣୁଥିବା ଫଳ ଓ ପନିପରିବାରେ ମଇଳା ଓ ରାସାୟନିକ ପଦାର୍ଥ କର୍କଟ ରୋଗର ମୁଖ୍ୟ କାରଣ। ତେଣୁ ଏହାକୁ ପରିଷ୍କାର କରିବା ପାଇଁ ଗୋଟିଏ ଚାମଚ ଖାଇବା ସୋଢ଼ା ପାଣିରେ ମିଶାଇ ଉକ୍ତ ପାଣିରେ ଫଳ ଓ ପନିପରିବା ଧୋଇଲେ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ।