Categories: ଜାତୀୟ

ପରିବାର ସହ ବର୍ଷକୁ ଶହେ ଦିନ ରହିବେ ଏନ୍‌ଏସ୍‌ଜି ଯବାନ: ଶାହା

କୋଲକାତା,୧।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ସକାଳ ପ୍ରାୟ ୧୧ଟାରେ କୋଲକାତାରେ ପହଞ୍ଚିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି)ର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ଅବସରରେ ଶାହା କହିଛନ୍ତି ଏବେ ସରକାର ଏମିତି ବ୍ୟବସ୍ଥା କରିବାକୁ ଯାଉଛନ୍ତି ଯେଉଁଥିରେ ସମସ୍ତ ଏନ୍‌ଏସ୍‌ଜି ଯବାନ ବର୍ଷକୁ ଅତିକମ୍‌ରେ ଶହେ ଦିନ ନିଜ ପରିବାର ସହ କଟାଇ ପାରିବେ। କେବଳ ଯବାନ ନୁହେଁ ସେମାନଙ୍କ ପରିବାର ସଦସ୍ୟଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଶାହା କହିଛନ୍ତି। ଏହାପରେ ଏନ୍‌ଏସ୍‌ଜି କମାଣ୍ଡୋମାନେ ଆତଙ୍କବାଦୀଙ୍କୁ କିଭଳି ସାମ୍ନା କରିବେ ମଙ୍କ ଡ୍ରିଲ ମାଧ୍ୟମରେ ଏହା ଦେଖାଇଥିଲେ।

Share