ପରିବାର ସହ ମତଦାନ କଲେ ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଛି। ସକାଳୁ ବୁଥ୍‌ଗୁଡ଼ିକରେ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନେତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଭୋଟ ଦେଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପାନ୍ନୁ ମଧ୍ୟ ଜଣେ ସଚେତନ ନାଗରିକର ପ୍ରମାଣ ଦେଇଛନ୍ତି। ନିଜ ପରିବାରଙ୍କ ସହ ତାପସୀ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଏନେଇ ଏକ ଫଟୋ ତାପସୀ ଟୁଇଟରରେ ଶେୟାର କରିବା ସହ କ୍ୟାପଶନ୍‌ରେ ଲେଖିଛନ୍ତି, ‘ପାନ୍ନୁ ପରିବାର ତ ଭୋଟ ଦେଲେ, ହେଲେ ଆପଣମାନେ ଦେଇଛନ୍ତି କି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share