Advertisement

ପରିବା ଚାଷରେ ମନ ଦେଲେ ଜୁହି

ମୁମ୍ବାଇ: କରୋନା ଭୂତାଣୁ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ସେଲିବ୍ରିଟିମାନେ ଏଥିରୁ ବାଦ୍‌ ଯାଇନାହାନ୍ତି। କେହି ରୋଷେଇ କରିବା, ଜିମ୍‌ରେ ସମୟ କଟାଇବା କିମ୍ବା ଅନ୍ୟ କୌଣସି କାମରେ ସମୟ ବିତାଉଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ବଲା ତାଙ୍କ ଫାର୍ମ ହାଉସ୍‌ରେ ସମୟ ଅତିବାହିତ କରୁଛନ୍ତି। ତେବେ ଘରେ ନ ବସି ବଗିଚା କାମରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଉଛନ୍ତି। ଏନେଇ ସେ କିଛି ଫଟୋ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ହାତରେ ଏକ ଲୁହାର ଉପକରଣ ଧରି ମାଟି ଖୋଳୁଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସେ ଲେଖିଛନ୍ତି ଯେ, ଲକ୍‌ଡାଉନ୍‌ ବେଳେ ଇଏ ହେଉଛି ମୋର ନୂଆ କାମ। ଧନିଆ, ମେଥି, ଟମାଟୋ ଆଦି ଫସଲ କରିବା ପାଇଁ ପଟାଳି ପ୍ରସ୍ତୁତ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share