ପରିବା ଚାଷୀଙ୍କ କରୋନା ପାଣ୍ଠିକୁ ସହାୟତା

ନୂଆପଡା ଅଫିସ,୨୦ା୪: କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢାଉଛନ୍ତି। ଏହିକ୍ରମରେ ନୂଆପଡା ସଦର ବ୍ଲକ ଭେରା ଗଁାର ୨୭ଜଣ ପରିବା ଚାଷୀ ସଂଗ୍ରହ କରିଥିବା ୩୦ହଜାର ଟଙ୍କାକୁ ୧୫ହଜାର ଲେଖାଏ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ପ୍ରଦାନ କରିଛନ୍ତି। ସୋମବାର ଚାଷୀମାନେ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଡା୍ରଫ୍ଟ ଜରିଆରେ ପ୍ରଦାନ କରିଛନ୍ତି। ପ୍ରଦାନ ସମୟରେ ଶୋଭନ ସାହୁ, ଲାଲା ସାହୁ, ଲଲିତ ସାହୁ, ଥାନୁ ଦାସ, ସମୁଦ ଦାସ, ହୋମସିଂ ମାଝୀ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ା