ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ଭାଜପାକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପଞ୍ଜାବି ପରିବାରରୁ ଆସିଥିବା ୬୫ ବର୍ଷୀୟ ଖଟ୍ଟର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଅନେକ ଦିନରୁ ଜଡିତ। ପିଲାଦିନୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଖଟ୍ଟର କିନ୍ତୁ ଶେଷରେ ଏଥିରେ ସଫଳ ହୋଇ ପାରି ନ ଥିଲେ। ଚାଷୀ ଘରର ପିଲା ହୋଇଥିବାରୁ ଆର୍ଥିକ ଅନଟନରେ ସେ ସମୟ କାଟିଛନ୍ତି। ଆଉ ବାପା ଦାଦାଙ୍କୁ ସାହାଯ୍ୟ କରିବାକୁ ସେ ନିଜେ ପରିବା ବିକିଥିବା କୁହନ୍ତି। ହେଲେ ଆଜି ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ କୌଣସି ବଡ ସଫଳତାଠାରୁ କମ୍‌ ନୁହେଁ। ସୂଚନାଯୋଗ୍ୟ, ରବିବାର ଦିନ ୨ଟା ୧୫ ମିନିଟରେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Share