ପରିବା ବ୍ୟବସାୟୀଙ୍କୁ ମାକ୍ସ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡୁଳି ହାଟରେ ମହିଳାମାନଙ୍କ ପକ୍ଷରୁ କରୋନା ସଚେତନତା ଏବଂ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାକୁ ବ୍ୟବସାୟ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ପରିବା ବେପାରୀମାନେ ଆସିଥାନ୍ତି। ହାଟରେ ଗହଳି ହେବା ସହିତ ବ୍ୟବସାୟୀ ଏବଂ ଲୋକମାନେ ମୁହଁରେ ମାକ୍ସ ବ୍ୟବହାର କରୁ ନ ଥିବା ବେଳେ ନିୟମ ମଧ୍ୟ ପାଳନ କରୁ ନ ଥିଲେ। ଏହାକୁ ଦେଖି କୁଣ୍ଡୁଳି ଗ୍ରାମର ଯମୁନାମଣି ମଲ୍ଲିକ ଏବଂ ଲିଲିରାଣୀ ମଲ୍ଲିକ ନିଜସ୍ବ ଉଦ୍ୟମରେ ମାକ୍ସ ତିଆରି କରି ପରିବା ହାଟକୁ ଆସୁଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ମାକ୍ସ ବଣ୍ଟନ କରିଛନ୍ତି। ଏହାସହ ହାଟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଇଥିଲେ। ଏହି କାର୍ଯ୍ୟରେ ସେମାନଙ୍କୁ ଭୀଷ୍ମଚରଣ ମଲ୍ଲିକ, ଅଶୋକ କୁମାର ପୱଧ୍ୟାୟ, ଭୋଳାନାଥ ସାସମଲ, ଭଗୀରଥ ମଣ୍ଡଳ ଓ ଗୌରାଙ୍ଗ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Share