ପରିବା ମାର୍କେଟ୍‌କୁ ତିନିପଟରୁ ସିଲ୍‌ କଲା ପ୍ରଶାସନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ସହରରେ ପ୍ରତ୍ୟେକ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ହାଟ ବସୁଥିବା ବେଳେ ଲୋକେ ଦୁଇ ଚକିଆରେ ପନିପରିବା କିଣିବା ପାଇଁ ଆସୁଥିଲେ। ଫଳରେ ଲୋକଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ ହୋଇପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ଉପସ୍ଥିତିରେ ସ୍ଥାନୀୟ ଏନ୍‌ଏସି କର୍ମଚାରୀମାନେ ପନିପରିବା ମାର୍କେଟର ତିନି ପାଶ୍ୱର୍କୁ ବାଉଁଶ ବାଡ଼ ଦେଇ ସିଲ୍‌ କରିଦେଇଛନ୍ତି। ଏବେ ବଜାର ଭିତରକୁ ଦୁଇ ଚକିଆ ପଶିବା ସମ୍ଭବ ହେବ ନାହିଁ। ଯଦି କେହି ଦୁଇ ଚକିଆ ଯାନରେ ଆସେ ତେବେ ଜଣାପଡ଼ିବ ବୋଲି ପୋଲିସ କହିଛି।

Share