ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍‌

ଷ୍ଟକ୍‌ହୋମ୍‌,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। ତେବେ ଗ୍ରେଟାଙ୍କୁ ୧୧ ବର୍ଷ ହୋଇଥିବାବେଳେ ସେ ୨ମାସ ପର୍ଯ୍ୟନ୍ତ ଖାଇବା ପିଇବା ଛାଡ଼ି ଦେଇଥିଲେ। ତାଙ୍କ ଓଜନ ସାଢ଼େ ୯ କିଲୋ କମି ଯାଇଥିଲା। ସେ ଅଟିଜିମ୍‌ରେ ପୀଡିତ ହୋଇଥିବାରୁ ଏଭଳି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସେ ଯେ ପୃଥିବୀର ମଙ୍ଗଳ ପାଇଁ କାମ କରିବେ ତାହା ଏବେ ମଧ୍ୟ ବିଶ୍ୱାସ ହେଉନାହିଁ ବୋଲି ତାଙ୍କ ମା’ମୈଲେନା ଇର୍ମାନ୍‌ କହିଛନ୍ତି। ଗ୍ରେଟାଙ୍କୁ ଜଣେ ପରିବେଶକର୍ମୀ କରାଇବା କେବେ ମଧ୍ୟ ସହଜ ନ ଥିଲା ବୋଲି ସେ କହିଛନ୍ତି।

Share