ପରିବେଶ ପାଇଁ ଶୁଭଙ୍କର ହେଲା ଲକ୍‌ଡାଉନ

ଭୁବନେଶ୍ୱର,୩୧ା୩ (ବ୍ୟୁରୋ)- ଲକ୍‌ଡାଉନର ପ୍ରଭାବ ପରିବେଶ ଉପରେ ପଡିଛି। ୮ଦିନ ହେବ ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ, କଳକାରଖାନା, ନିର୍ମାଣ ଆଦି ସବୁକିଛି ବନ୍ଦ ରହିଛି। କାଁଭାଁ ଗାଡ଼ି ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଲୋକେ କିଛିଦିନ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପରୋକ୍ଷରେ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ବାଟ କାଢ଼ିଥିବା କୁହାଯାଉଛି। ବିଶେଷକରି ପରିବେଶ ପାଇଁ ଲକ୍‌ଡାଉନ୍‌ ବେଶ୍‌ ଶୁଭଙ୍କର ହୋଇଥିବା ଜଣାପଡିଛି। ବିପଦଜ୍ଜନକ ସ୍ଥିତିରେ ଥିବା ପରିବେଶ ଏବେ ସନ୍ତୋଷଜନକ ହୋଇଥିବାବେଳେ ଆଉ କିଛିଦିନ ଭିତରେ ଭଲ ସ୍ଥିତିକୁ ଚାଲି ଆସିବାର ସମ୍ଭାବନା ଦେଖାଦେଇଛି। ମୋଟାମୋଟି କହିବାକୁ ଗଲେ ଲକ୍‌ଡାଉନ୍‌ ପରିବେଶ ପାଇଁ ବେଶ୍‌ ଶୁଭଙ୍କର ହୋଇଥିବା ପରିବେଶ୍‌ବିତ୍‌ମାନେ କହିଛନ୍ତି।
ହସ୍ତଗତ ସୂଚନାନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ରାଜଧାନୀର ଏୟାର କ୍ୟୁଲିଟ୍‌ ଇଣ୍ଡେକ୍ସ ୨୦୦ ଉପରେ ରହିଥିବାବେଳେ ୮ଦିନ ଭିତରେ ୧୦୦ତଳକୁ ଖସି ଆସିଛି। ସୋମବାର ଦିନରେ ଇଣ୍ଡେକ୍ସ ୯୦ରୁ ୧୦୦ ମଧ୍ୟରେ ଥିବାବେଳେ ସନ୍ଧ୍ୟାରେ ୧୨୧ ରହିଛି। ଉକ୍ତ ଇଣ୍ଡେକ୍ସ ଅନୁସାରେ, ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହ୍ରାସ ପାଇଛି। ଅନ୍ୟ ଦିନରେ କଳ କାରଖାନାରୁ ବାହାରୁ ଥିବା ବିଷାକ୍ତ ଜଳ ନଦୀ,ନାଳକୁ ଛଡା ଯାଉଥିଲା। ହେଲେ ଏବେ ସବୁ ବନ୍ଦ ହେବା ଫଳରେ ଜଳ ପ୍ରଦୂଷଣ ହ୍ରାସ ପାଇଛି। ଏହା ସହ ପ୍ଲାଷ୍ଟିକ ବ୍ୟବହାର କମିଯାଇଥିବାରୁ ଏଥିଜନିତ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ନିକଟରେ ଏକ ଏଲ୍‌ଇଡି ବୋର୍ଡ ଲଗାଯାଇ ପ୍ରତି ମୁହୂର୍ତ୍ତର ସ୍ଥିତି ସଂକ୍ରାନ୍ତରେ ସୂଚନା ଦିଆଯାଉଛି। ଯେଉଁଥିରୁ ରାଜଧାନୀରେ ଅନୁକୂଳ ପରିବେଶ ଦେଖିବାକୁ ମିଳୁଛି। ସହରର ଅଧିକାଂଶ ସ୍ଥାନରେ ଏଆର୍‌ କ୍ୱାଲିଟି ବା ବାୟୁର ଗୁଣବତ୍ତା ସନ୍ତୋଷ ଜନକ ରହିଛି। ସେହିପରି ବାୟୁରେ କଣିକାର ମାତ୍ରା pm2.5 ରହିଥିବାବେଳେ ଆର୍ଦ୍ରତା ୪୮ ପ୍ରତିଶତ ରହିଥିବା ଦେଖିବାକୁ ମିଳିଥିଲା।
‘ପ୍ରତିମାସରେ ଗୋଟିଏ ଦିନ ଲକ୍‌ଡାଉନ୍‌ ଆବଶ୍ୟକ’
ପରିବେଶ ବିଜ୍ଞାନୀ ପ୍ରକାଶଚନ୍ଦ୍ର ମହାନ୍ତି କହିଛନ୍ତି, ରାଜ୍ୟରେ ଦୈନିକ ଚାଲୁଥିବା ଯାନବାହନ ସଂଖ୍ୟା ୧ କୋଟିରୁ ଅଧିକ। ଏହା ମଧ୍ୟରୁ ୯୦ ପ୍ରତିଶତ ଗାଡ଼ି ରାଜଧାନୀ ସମେତ ବିଭିନ୍ନ ଛୋଟ ବଡ଼ ସହରରେ ଚାଲିଥାଏ। ଯାନବାହନ ହିଁ ଅଧିକ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିଥାଏ। କଳ କାରଖାନା ବାୟୁ, ଶବ୍ଧ ଓ ଜଳ ପ୍ରଦୁଷଣ କରିଥାଏ। ଏସବୁର ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ପରିବେଶ ପାଇଁ ଘାତକ ହେବାରେ ଲାଗିଥିଲା। ହେଲେ ଲକ୍‌ଡାଉନ ଯୋଗୁ ଏସବୁ ବନ୍ଦ ଥିବାରୁ ପରିବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ମାତ୍ରା ଅଦ୍ଭୂତପୂର୍ବ ଭାବେ ହ୍ରାସ ପାଇବା ଅତ୍ୟନ୍ତ ଶୁଭ ଲକ୍ଷଣ। ଆଗକୁ ମାସକୁ ଦିନେ ଦୁଇଦିନ ଲକ୍‌ଡାଉନ୍‌ କରାଗଲେ ପରିବେଶ ଶନ୍ତୁଳନ ରକ୍ଷା ପାଇପାରିବ ବୋଲି ସେ କହିଛନ୍ତି।
ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି
ମେଡିସିନ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢ଼ୀ କହିଛନ୍ତି, ମଣିଷ ଶରୀର ଉପରେ ମଧ୍ୟ ଲକ୍‌ଡାଉନର ଅନୁକୂଳ ପ୍ରଭାବ ପଡ଼ିଛି। ଏହି ସମୟରେ ଛୋଟ ମୋଟ ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି। ସିଧା ସଳଖ କହିଲେ ଏହା ବଦଳୁଥିବା ପରିବେଶର ପ୍ରଭାବ।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ

ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ...

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି

କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ...

ମା’ ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୧୧: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ  ଧାର୍ମିକ ଓ ଆଧ୍ୟାତ୍ମିକ...

ଚଳିତ ମାସରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି; ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୫।୧୧: ଚଳିତ ମାସରେ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା...

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ,...

ବହୁଚର୍ଚ୍ଚିତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଆଜୀବନ

ଵ୍ରହ୍ମପୁର, ୨୫।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି।...

ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ

ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍‌ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ...

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ…

ବାଲିଗୁଡା,୨୫।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri