ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ

ବାରିପଦା ଅଫିସ,୨ା୧- ବାରିପଦା ଶହୀଦ ପଡ଼ିିଆଠାରେ ସାମାଜିକ ଅନୁଷ୍ଠାନ କ୍ଲବ ଫ୍ରେଣ୍ଡଶିପ ପକ୍ଷରୁ ମଙ୍ଗଳବାର ରାତିରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ କରାଯାଇଛି। ଅତିଥିମାନଙ୍କୁ ଗୋଟିଏ ଗୋଟିଏ ଚାରା ଗଛ ପ୍ରଦାନ କରି ଅନୁଷ୍ଠାନ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲା। ଅନୁଷ୍ଠାନର ସଭାପତି ଇଂ. ଦେବାଶିଷ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେଶନର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଡିଭାଇନ କଲେଜର ନିର୍ଦ୍ଦେଶକ ଇଂ. ବିପ୍ଳବ ଭଞ୍ଜନ ବୁଗୁଡେଇ, ବାରିପଦା ପୌର ପରିଷଦର ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତିି, ସାମାଜିକ କର୍ମୀ ସତ୍ୟରଞ୍ଜନ ପଟ୍ଟନାୟକ ଓ ଯୁବ ସଂଗଠକ ସୁବ୍ରମଣ୍ୟମ ମହାନ୍ତିି ପ୍ରମୁଖ ଯୋଗଦେଇ ନାଚ ଗୀତରେ ବିଭିନ୍ନ ସ୍ଥାନରେ ନବବର୍ଷକୁ ସ୍ବାଗତ କରୁଥିବା ବେଳେ ଏହି ଅନୁଷ୍ଠାନ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବାରୁ ପ୍ରଶଂସା କରିଥିଲେ। ଏହି ଅବସରରେ ସେଖ ଅବଦୁଲ ହବିବ, ପାରୁଲ ଧରମହାପାତ୍ର, ଜିତେନ୍ଦ୍ର ଦାସ, ଇଂ. ଦେବାଶିଷ ବିଶ୍ୱାଳ, ଇଂ. ବିପ୍ଳବ ଭଞ୍ଜନ ବୁଗୁଡେଇ, ଜିତେନ୍ଦ୍ର ମହାନ୍ତିି ଓ ଖବରଦାତା ରବିନାରାୟଣ ଚଲାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିବ ପ୍ରଧାନ, ସ୍ନେହାଶିଷ ପାଲ, ପ୍ରଶାନ୍ତ କୁମାର ନାୟକ, ସୁରଜ କୁମାର, ଫୈଜଲ ଖାନ, ଅମନ ଏକ୍ସ ପପ୍ପୁ, କମଲେଶ ଅଗ୍ରୱାଲ, ସୁଶାନ୍ତ କୁମାର ନାୟକ ପ୍ରମୁଖଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।