ପରିବେଶ ସୁରକ୍ଷା ଏକ ସାମଗ୍ରିକ ଦାୟିତ୍ୱ

ବଲାଙ୍ଗୀର ଅଫିସ, ୧୪ା୭ – ପରିବେଶ ସୁରକ୍ଷା ଜଣକର କାମ ନୁହେଁ ା ଏଥିପାଇଁ ଜନସହଭାଗିତା ଆବଶ୍ୟକ ା ଆମେ ଆମର ଉତ୍ତରପିଢ଼ୀ ପାଇଁ ପରିବେଶକୁ ହିଁ ଅକ୍ଷତ ଭାବେ ହସ୍ତାନ୍ତର କରିବାକୁ ହେବ ା ଏହା ହିଁ ହେବ ଆମ ଉତ୍ତରପିଢ଼ୀଙ୍କ ପାଇଁ ସର୍ବଶ୍ରେଷ୍ଠ ଅବଦାନ ା ଏଣୁ ପରିବେଶ ସୁରକ୍ଷା କେବଳ ଏକ ବିଚାର ନହୋଇ ଏକ ସାମଗ୍ରିକ ଦାୟିତ୍ୱ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍‌ ପ୍ରଫେସର ଧ୍ରୁବରାଜ ନାଏକ ପ୍ରକାଶ କରିଛନ୍ତି ା
ଇନ୍‌ଟାକ୍‌ ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ପରିବେଶ ସୁରକ୍ଷା ଏକ ସାମଗ୍ରିକ ବିଚାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକଭାବେ ପ୍ରଫେସର ନାଏକ ଓ ଅନ୍ୟତମ ବକ୍ତାଭାବେ ଡ. ବିଏନ୍‌ ଶ୍ରୀକାନ୍ତ ଯୋଗଦାନ କରିଥିଲେ ା ପ୍ରଥମେ ଇନ୍‌ଟାକ୍‌ ବଲାଙ୍ଗୀର ଶାଖାର ଆବାହକ ପ୍ରଫେସର ଡ ଶିବପ୍ରସାଦ ନନ୍ଦ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ା ଦିନକୁ ଦିନ ପରିବେଶ ପ୍ରଦୂଷଣ କିଭଳି ଭୟାନକ ରୂପ ନେଉଛି କହିଥିଲେ ା ସଭାରେ ଆଡଭୋକେଟ୍‌ ଶଶୀଭୂଷଣ ପୁରୋହିତ ସଂଯୋଜନା କରିଥିଲେ ା ମୁଖ୍ୟ ଆଲୋଚକ ନାଏକ କହିଥିଲେ ଯେ, ଜନସଂଖ୍ୟା ବିସ୍ଫୋରଣ ଓ କ୍ରମାଗତ ଜଙ୍ଗଲ ହ୍ରାସ ପୃଥିବୀକୁ ସଙ୍ଗୀନସ୍ଥିତିକୁ ଆଣି ଥୋଇଛି ା ବାୟୁ ପ୍ରଦୂଷଣ, ଜଳ ଅଭାବ ଓ କାର୍ବନ୍‌ ଡାଇଅକ୍‌ସାଇଡ୍‌ ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ନିଶ୍ୱାସ ନେବା ବିପଦପୂର୍ଣ୍ଣ ହୋଇପଡିଲାଣି ା ଏଭଳି ସ୍ଥିତିରେ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ନଦେଇ ଜନସହଭାଗିତାରେ ଜଙ୍ଗଲ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ା ଦାୟିତ୍ୱବାନ୍‌ ଭାବେ ଆବଶ୍ୟକ ମୁତାବକ କମ୍‌ ଶକ୍ତି ବିନିଯୋଗ କରିବା ଉପରେ ଜୋର ଦେଇଥିଲେ ା ଏହି ଅବସରରେ ନିଜ ଦିବଙ୍ଗତ୍‌ ପୁତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିତ୍ବା ଝାରସୁଗୁଡା ଜିଲାର ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଅଭିଯାନକୁ ନେଇ ସେ କରୁଥିତ୍ବା ସଚେତନତା କାର୍ଯ୍ୟ ଓ ଏଥିରେ ଜନସହଭାଗିତା ଉପରେ କହିଥିଲେ ା ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ଧାରୀ ଭାଗବତ ଜରିଆରେ ଜଙ୍ଗଲ ସୁରକ୍ଷା ସଚେତନତା ଉପରେ କହିଥିଲେ ା ଅନ୍ୟତମ ଆଲୋଚକ ଡ ଶ୍ରୀକାନ୍ତ ତାଙ୍କ ବକ୍ତବ୍ୟରେ ଜନସଂଖ୍ୟା ବିସ୍ଫୋରଣର ପ୍ରଭାବ ଓ ପ୍ରାକୃତିକ ଉପାୟରେ କୃଷି କାର୍ଯ୍ୟ ଓ ଖତ ତିଆରି ଉପରେ କହିଥିଲେ ା ସୌରଶକ୍ତିରେ ରନ୍ଧନ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ା ପରେ ପ୍ରଫେସର ପତି ସଭାପତୀୟ ଅଭିଭାଷଣ ରଖି ମଣିଷର ଲୋଭ ଆଜି ପରିବେଶ ଉପରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ ା ନିଜ ପରିବେଶ ପ୍ରତି ସଦୟ ହୋଇ ସଚେତନତାମୂଳକ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ ା