ପରିବେଶ ସୁରକ୍ଷା ପାଇଁ ପିଠିରେ ଗଛ ବାନ୍ଧି ମାରାଥନରେ ଦୌଡ଼ିଲେ

କେପ୍‌ଟାଉନ୍‌,୨୧।୯: ପରିବେଶ ସୁରକ୍ଷା ପାଇଁ ଦକ୍ଷିଣ ଆଫ୍ରିକାର ଲୋକେ ଏକ ନିଆରା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କେପ୍‌ଟାଉନ୍‌ରେ ଆୟୋଜିତ ଏକ ମାରାଥନ ଦୌଡ଼ରେ ଅଂଶଗ୍ରହଣକାରୀ ନିଜ ନିଜ ପିଠିରେ ଗଛ ବାନ୍ଧି ଦୌଡ଼ିଛନ୍ତି। ସ୍ଥାନୀୟ ଜଣେ ଆକାଉଣ୍ଟାଟ୍‌ ତାଙ୍କର ୨୦ ଜଣ ସାଥିଙ୍କ ସହିତ ମିଶି ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଅଭିଯାନକୁ ସ୍ବାଗତ କରିଛନ୍ତି।

Share