ପରିସ୍ଥିତି ନ ସୁଧୁରିଲେ ମେ’- ଜୁନ୍‌ରେ ବି ରିଲିଜ୍‌ ହେବନି ବଲିଉଡ୍‌ ଫିଲ୍ମ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ହେଲେ ଏହି କରୋନା ଏବେ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଇଦ୍‌ ପର୍ଯ୍ୟନ୍ତ ବି ବଲିଉଡ୍‌ର କୌଣସି ଫିଲ୍ମ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି ଅନୁମାନ କରିଛନ୍ତି ଡିସ୍ରିବ୍ୟୁଟର ରାଜ ବଂଶଲ। ସୋସିଆଲ ମିଡିଆ ମାଧ୍ୟମରେ ସେ କହିଛନ୍ତି ଏଥର ଇଦ୍‌ରେ କେବଳ ରିଲିଜ୍‌ ହେବ ‘କରୋନା ଭାଇରସ ଇନ୍‌ ଇଣ୍ଡିଆ’। ଏହା ଶୁଣିବା ପରେ ସଲମାନଙ୍କ ପ୍ରଶଂସକମାନେ ରାଗି ଯାଇଥିବା କୁହାଯାଉଛି। କାରଣ ଏମାନେ ସବୁ ବର୍ଷ ଇଦ୍‌ରେ ସଲମାନଙ୍କ ଫିଲ୍ମକୁ ଅପେକ୍ଷା ରଖି ଥାଆନ୍ତି। ହେଲେ କରୋନା ପାଇଁ ଚଳିତ ବର୍ଷ ମେ’-ଜୁନ୍‌ ପର୍ଯ୍ୟନ୍ତ କୌଣସି ଫିଲ୍ମ ରିଲିଜ୍‌ ନ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ଏଥର ଇଦ୍‌ରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ ଓ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ’ ରିଲିଜ୍‌ ହେବାର ଥିଲା। ହେଲେ ଏବେ କୁହାଯାଉଛି କି କରୋନା ଲକ୍‌ ଡାଉନ୍‌ ଖୋଲିବା ପରେ ବ୍ୟବସାୟ ଭଲ ନ ହେବାକୁ ଲକ୍ଷ୍ୟ କରି ପୁଣିଥରେ ‘ବିଗି -୩’ ଓ ‘ଅଂରେଜି ମିଡିୟମ’ ରିଲିଜ୍‌ କରାଯାଇପାରେ ବୋଲି କେତେଜଣ ଫିଲ୍ମ କ୍ରିଟିକ୍‌ ମତ ଦେଇଛନ୍ତି।

Share