Categories: ଜାତୀୟ

ପରି ଚୌକ ମେଟ୍ରୋ ଷ୍ଟେଶନ ହେଲା ‘ପିଙ୍କ ଷ୍ଟେଶନ’: ମହିଳାଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୬।୩: ନଏଡା ସେକ୍ଟର ୭୬ ଓ ପରି ଚୌକ ମେଟ୍ରୋ ଷ୍ଟେଶନକୁ ‘ପିଙ୍କ ଷ୍ଟେଶନ’ ଭାବେ ନାମିତ କରାଯାଇଛି। ଶୁକ୍ରବାର ନଏଡା ମେଟ୍ରୋ ରେଲ କର୍ପୋରେଶନର ଏମ୍‌ଡି ରିତୁ ମାହେଶ୍ୱରୀ କହିଛନ୍ତି ଏହି ଦୁଇଟି ଷ୍ଟେଶନ ଓମେନ୍‌ ଫ୍ରେଣ୍ଡଲି। ଏଠି ମହିଳାମାନଙ୍କୁ ଅନେକ ସୁବିଧା ମିଳିବ। ଯେମିତିକି ବେବି ଫିଡିଂ ରୁମ୍‌, ଡାଇପର ବଦଳାଇବାର ସୁବିଧା ଓ ଚେଞ୍ଜିଂ ରୁମ ଭଳି ସୁବିଧା ମିଳିପାରିବ। ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଜଧାନୀର ମହିଳାମାନଙ୍କୁ ଏହା ଏକ ଉପହାର ବୋଲି କୁହାଯାଇଛି। ଏହି ଦୁଇଟି ଷ୍ଟେଶନରେ ମହିଳାମାନେ ଏସବୁ ଅସୁବିଧା ଆଉ ଭୋଗ କରିବେ ନାହିଁ ବୋଲି ରିତୁ କହିଛନ୍ତି। ସେହିପରି ମାର୍ଚ୍ଚ ୮ ଅର୍ଥାତ୍‌ ଅନ୍ତର୍ଜାତୀୟ ମହିଳା ଦିବସରୁ ନଏଡା ଓ ଗ୍ରେଟର ନଏଡା ମଧ୍ୟରେ ଥିବା ପ୍ରାୟ ୨୧ମେଟ୍ରୋ ଷ୍ଟେଶନରେ ମହିଳାମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ ମିଳବ ବୋଲି ରିତୁ ସୂଚନା ଦେଇଛନ୍ତି।

Share