Categories: ରାଜ୍ୟ

ପରୀକ୍ଷାମୂଳକ ଭାବେ ମହିପୁରକୁ ଗଡ଼ିଲା ରେଳଇଞ୍ଜିନ, ଖୁବ୍‌ଶୀଘ୍ର ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୦ା୭- ନୟାଗଡ଼ ଟାଉନ ଷ୍ଟେଶନରୁ ନୂଆଗାଁ ବ୍ଳକ ମହିପୁର ପର୍ଯ୍ୟନ୍ତ ୧୨ କିମି  ପରୀକ୍ଷାମୂଳକ ଭାବେ ଶନିବାର ରେଳ ଇଞ୍ଜିନ ଗଡ଼ିଛି। ରେଳ ବିଭାଗର ଅଧିକାରୀମାନେ ପରୀକ୍ଷାମୂଳକ ଭାବେ ଏହି ରେଳ ଇଞ୍ଜିନ ଗଡ଼ାଇଛନ୍ତି। ମଧ୍ୟାହ୍ନ ୧୨ଟା ୧୫ ସମୟରେ ଏହି ଇଞ୍ଜିନ ଗଡ଼ି ମହିପୁରଠାରେ ପହଞ୍ଚିଥିଲା। ଏହା ପରେ ଖୁବଶୀଘ୍ର ମହିପୁରକୁ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତିି।

Share