Categories: ଫୁରସତ

ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ମାତାପିତା, ୟୁପିଏସସି ପରୀକ୍ଷାରେ ଝିଅ ହାସଲ କଲେ ୮୩ ର଼୍ୟାଙ୍କ୍‌

ବାରମ୍ବାର ୟୁପିଏସସି ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ତାଙ୍କ ପରିବାର ଲୋକେ। ଏଥିପାଇଁ ତାଗିଦ୍‌ ମଧ୍ୟ କରିଥିଲେ, ଯଦି ଏଥର ପରୀକ୍ଷାରେ କୃତକାର୍ଯ୍ୟ ନ ହେବେ, ତେବେ ତାଙ୍କୁ ଭଲ ପାତ୍ର ବିବାହ କରିଦିଆଯିବ। ଏହାକୁ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରି ୨୦୧୮ ୟୁପିଏସସି ପରୀକ୍ଷାରେ ସାରା ଦେଶରେ ୮୩ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ନିଧି ସିଓ୍ବାଚ୍‌। ମନରେ ଦୃଢତା ଥିଲେ ସବୁ କାର୍ଯ୍ୟରେ ସଫଳତା ମିଳିବ ବୋଲି ନିଧି କହିଛନ୍ତି। ୨୦୧୫ରେ ମେକାନିକାଲ ଇଞ୍ଜିନିୟରିଂ ପାସ୍‌ କଲାପରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ପାଇଁ ଯାଇଥିଲି, ଜଣେ କମ୍ପାନୀର ସାର୍‌ ମୋତେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଉପଦେଶ ଦେଇଥିଲେ। ସେବେଠାରୁ ମୁଁ ଆଉ ଚାକିରି ପଛେ ନ ଧାଇଁ ୟୁପିଏସସି ପାଇଁ ପସ୍ତୁତି ଆରମ୍ଭ କରିଦେଇଥିଲି। ଏଥିପାଇଁ କୌଣସି କୋଚିଂ ନ ନେଇ ଘରେ ଆବଶ୍ୟକ ବହି ଆଣି ପଢାପଢି କରୁଥିଲି। ଶେଷରେ ସଫଳତା ପାଇଲି ବୋଲି କହନ୍ତି ନିଧି।

Share