ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ସୋର, ୧୯ା୧(ଡି.ଏନ୍‌.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍‌ ଫେଲ୍‌ ନିୟମ ବାତିଲ କରିବା ଦାବିରେ ଶନିବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ଧାରଣାରେ ବସିଥିଲେ। ଏନେଇ ଏକ ଦାବିପତ୍ର ଉଚ୍ଚ ମାଧ୍ୟମିକ କର୍ତ୍ତୃପକ୍ଷଙ୍କୁ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଦିଆଯାଇଥିଲା। ସେ ଏହି ଦାବିପତ୍ର ଗ୍ରହଣ କରି ପରିଷଦକୁ ପଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରାତ୍ୟାହୃତ ହୋଇଥିଲା। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।