Categories: ଫୁରସତ

ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୋଲିସ ଡାକିଲେ ଜେଜେମା

ଚୋରି, ଡକାୟତି କିମ୍ବା ଅନ୍ୟ କୌଣସି ଘଟଣା ଘଟିଲେ ପୋଲିସ ଡାକିବାକୁ ପଡ଼ିଥାଏ। କିନ୍ତୁ ନାତି ପରୀକ୍ଷା ଦିନ ଶୋଇ ରହିବାରୁ ଜେଜେମା ପୋଲିସକୁ ଡାକିବା ସହ ପରୀକ୍ଷା ହଲ୍‌ରେ ନେଇ ଛାଡ଼ିବାକୁ କହିବା ଯେତିକି ମଜାଦାର ସେତିକି ସମ୍ବେଦନଶୀଳ। ଏମିତି ଘଟଣା ଘଟିଛି ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କଙ୍କ୍‌ରେ। ପରୀକ୍ଷା ଦିନ ନାତି ନ ଉଠି ଶୋଇ ରହିଥିଲେ। ଜେଜେମା ଡାକି ଡାକି ଥକି ପଡ଼ିବାରୁ ଶେଷରେ ନିରାଶ ହୋଇ ପୋଲିସକୁ ଡାକିଥିଲେ। ପରେ ପୋଲିସ ଘରେ ପହଞ୍ଚି ପିଲାଟିକୁ ଉଠାଇବା ସହ ଏବଂ ପାଠର ମହତ୍ତ୍ୱ ସମ୍ପର୍କରେ ବହୁତ ବୁଝାଇଲା। ପୋଲିସ ବୁଝାଇବା ପରେ ପିଲାଟି କଥା ମାନିଗଲା। ପରେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନାତିକୁ ଜେଜେମା ପ୍ରସ୍ତୁତ କରାଇଲେ। ପୋଲିସ ନିଜ ଗାଡ଼ିରେ ପିଲାଟିକୁ ବସାଇ ସ୍କୁଲରେ ନେଇ ଛାଡ଼ିଲା। ଏହି ଘଟଣାକୁ ଥାଇଲାଣ୍ଡ ପୋଲିସ ସୋସିଆଲ ମିଡିଆରେ ଶେୟାର କରିଛି।

Share