Categories: ଜାତୀୟ

ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଲେଣି ମୋଦି-ଶାହ ଯୋଡି

ପୁଣେ,୭।୧୦: ଗତ ଲୋକ ସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିଥିବା ଭାଜପା ସରକାର ଏବେ ପ୍ରଥମ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଯୋଡି ଏବେ ଏହି ପରୀକ୍ଷା ଦେବାକୁ ଯାଉଥିବା କୁହାଯାଉଛି। କାରଣ ଏବେ ଆଉ ବିରୋଧୀଙ୍କୁ ସେମାନେ ଆଗକୁ ଛାଡିବାକୁ କୌଣସି ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରିଥିବା ଜଣାପଡିଛି। ବୋଧହୁଏ ସେଥିପାଇଁ ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ୯ଟି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଶାହ ମଧ୍ୟ ପାଖାପାଖି ୧୮ଟି ରାଲି ଓ ଜନସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଲୋକ ସଭା ନିର୍ବାଚନ ପରେ ଏହା ଭାଜପାର ସବୁଠାରୁ ବଡ ପରୀକ୍ଷା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ନିର୍ବାଚନ ଭାଜପା ପାଇଁ ପ୍ରଥମ ପରୀକ୍ଷା ହେବ ବୋଲି କୁହାଯାଉଛି।

Share