Categories: ଜାତୀୟ

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’: ଛାତ୍ରୀଛାତ୍ର-ଶିକ୍ଷକ-ଅଭିଭାବକଙ୍କ ମତାମତ ଲୋଡ଼ିଲେ ସରକାର

ନୂଆଦିଲ୍ଲୀ,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ ଜାନୁୟାରୀ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ର-ଶିକ୍ଷକ-ଅଭିଭାବକଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହି କାର୍ଯ୍ୟକ୍ରମରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ମନୋବଳ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଆବଶ୍ୟକ ପରାମର୍ଶ ଦେବେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମ ତାଲକୋଟରା ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହା ଜାନୁୟାରୀ ୧୬ରେ ଅନୁଷ୍ଠିତ ହେଉଥିଲା। ତେବେ ଚଳିତ ବର୍ଷ ଏହାକୁ ଜାନୁୟାରୀ ୨୦କୁ ପରିବର୍ତ୍ତନ କରାଯାଇଛି।

Share