ପରୀକ୍ଷା ବନ୍ଦ କଲା ଓପିଏସ୍‌ସି

କଟକ ଅଫିସ,୧୮ା୩: କରୋନା ଯୋଗୁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସ୍‌ସି ଆନୁକୂଲ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ଓପିଏସ୍‌ସି କାର୍ଯ୍ୟାଳୟ ବୁଧବାର ଏକ ନୋଟିସ ନଂ. ୧୯୯୪/୧୮।୩।୨୦୨୦ ଜାରି କରିଛି। ସରକାର ରାଜ୍ୟ କରୋନା ଭୂତାଣୁକୁ ବିପତ୍ତି ଭାବେ ଘୋଷଣା କରିଛନ୍ତି। ତେଣୁ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଓପିଏସ୍‌ସି ପକ୍ଷରୁ କୌଣସି ଲିଖିତ କିମ୍ବା ମୌଖିକ ପରୀକ୍ଷା ହେବ ନାହିଁ ବୋଲି କୁହାଯାଇଛି।

Share