Categories: ଜାତୀୟ

ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି

ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ୟୁଜିସି କହିଛି। ମାର୍ଚ୍ଚ ୩୧ ପରେ ନୂଆ ପରୀକ୍ଷା ତାରିଖ ଘୋଷଣା କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ୟୁଜିସି ପକ୍ଷରୁ କୁହାଯାଇଛି। ଜାରି ରହିଥିବା ସମସ୍ତ ପରୀକ୍ଷାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ୟୁଜିସି କହିଛି।

Share