ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌ ପରେଡ୍‌ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିଲେ। ଉକ୍ତ ଦଳରେ ୭ଜଣ ପିଲା(ପୂର୍ବତନ ଛାତ୍ର ଏବଂ ଅଣଛାତ୍ର)ଙ୍କୁ ପରେଡ୍‌ କରିବାରେ ସୁଯୋଗ ଦେଇଥିଲେ ଏନ୍‌ସିସି ଦାୟିତ୍ୱରେ ଥିବା ଶିକ୍ଷକ ସୁଦର୍ଶନ ଜେନା। ଶିକ୍ଷକ ଜେନା ଦୀର୍ଘ ୫ବର୍ଷ ଧରି ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଦଳରେ ସାମିଲ କରି ପୁରସ୍କାର ହାତେଇବା ଜାରି ରଖିଛନ୍ତି। ଅଣଛାତ୍ରମାନେ ଜିଲାପାଳ, ଏସ୍‌ପି, ନିମନ୍ତ୍ରିତ ଅତିଥି ତଥା ମନ୍ତ୍ରୀଙ୍କ ଠାରୁ ପୁରସ୍କାର ନେଉଥିବାବେଳେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀଛାତ୍ର ଏହି ସୁଯୋଗରୁ ବଞ୍ଚତ୍ତ ହେଉଥିବାରୁ ଏହାର ପ୍ରତିବାଦ କରିଥିଲେ। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ ଷଡଙ୍ଗୀ ତଦନ୍ତ କରି ଶିକ୍ଷକ ସୁଦର୍ଶନ ଜେନାଙ୍କୁ ବୁଧବାର ନିଲମ୍ବିତ କରିଥିବାର ଜଣାପଡିଛି।