Categories: ଖେଳ

ପର୍ନ ଷ୍ଟାର୍‌ ଥିଲେ ଏହି ବ୍ୟକ୍ତି, ଏବେ ଅନ୍ତର୍ଜାତୀୟ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ଅକଲାଣ୍ଡ,୧୦।୧୧:ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଥିଲା। ନଭେମ୍ବର ୫ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅମ୍ପାୟରିଂ କରୁଥିବା ଗର୍ଥ ଷ୍ଟିରଟଙ୍କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଗର୍ଥ ଅମ୍ପାୟରିଂ ପୂର୍ବରୁ ଜଣେ ପର୍ନ ଷ୍ଟାର ଥିଲେ। ସେ ନିଜ ନାମ ବଦଳାଇ ଷ୍ଟିଭ୍‌ ପାର୍ନେଲ ନାମରେ ଏକ ପର୍ନ ମାଗାଜିନ୍‌ ପାଇଁ ଫଟୋଶୁଟ୍‌ କରିଥିଲେ। ୧୦ ବର୍ଷ ପୂର୍ବେ ଗର୍ଥ ନ୍ୟୁଜିଲାଣ୍ଡ ପ୍ରଫେଶନାଲ ଗଲ୍ଫର୍ସ ଆସୋସିଏଶନର ସିଇଓ ଥିଲେ। ସେ ସମୟରେ ତାଙ୍କୁ ଚାକିରିରୁ ବିଦା କରିଦିଆଯାଇଥିଲା। ଏହାପରେ ସେ କ୍ରିକେଟ ଅମ୍ପାୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକ ଅନ୍ତର୍ଜାତୀୟ ମହିଳା କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟରିଂ କରିସାରିଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚରେ ଗର୍ଥ ଚତୁର୍ଥ ଅମ୍ପାୟର ଭାବେ କାର୍ଯ୍ୟ କରୁଥିଲେ।

Share