ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା

ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପଦ୍ମଲୋଚନ ଭୋସାଗର ପରିଚାଳନା କରିଥିଲେ। ପର୍ବତାରୋହିଣୀ ଲିପିକା ଦକ୍ଷିଣ ଆଫ୍ରିକାର ୫୮୫୯ ଫୁଟ ଊଚ୍ଚ କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଗୌରବ ହାସଲ କରିଛନ୍ତି । ସେ ଆଗାମୀ ଅଗଷ୍ଟ ମାସରେ ୟୁରୋପ ଗସ୍ତ କରି ସେଠାକାର ଶୃଙ୍ଗ ଆରୋହଣ କରିବାର କାର୍ଯ୍ୟକ୍ରମ ରହିଛି । ଭେଡ଼େନ ତହସିଲଦାର କୁଲୁ ପର୍ବତ ଆରୋହଣ ପାଇଁ ଲିପିକାଙ୍କୁ ଉସତ୍ାହିତ କରିବା ସହ ଆଗାମୀ ଦିନରେ ସରକାରୀ ଭାବେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Share