Categories: ଖେଳ

ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ଅଲିମ୍ପିକ ସନ୍ତରଣକାରୀ

ମିଲାନ, ୧୦ା୭ (ଏପି)- ଇଟାଲୀଦେଶର ସାର୍ଡିନିଆ ନିକଟବର୍ତ୍ତୀ ସମୁଦ୍ର ବକ୍ଷରେ ବୁଡ଼ିଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଲିମ୍ପିକ ସନ୍ତରଣକାରୀ ଫିଲିପୋ ମାଗ୍‌ନିନି। ଖବର ଅନୁସାରେ ପୁରୁଷ ପର୍ଯ୍ୟଟକ ଜଣକ ଏକ ଭାସମାନ କୃତ୍ରିମ ହଂସ ଉପରେ ଉପବିଷ୍ଟ ହୋଇ ସମୁଦ୍ରକୂଳରେ ତାର’ ମଜା ନେଉଥିଲେ। ମାତ୍ର ପ୍ରବଳ ବେଗରେ ପବନ ଆସି ଏହାକୁ ସମୁଦ୍ର ଭିତରକୁ ଭସାଇନେଇଥିଲା। ପର୍ଯ୍ୟଟକଙ୍କର ଜଣେ ବନ୍ଧୁ ତୁରନ୍ତ ଜଣେ ଲାଇଫ୍‌ ଗାର୍ଡକୁ ଏହା ଜଣାଇ ଦେଇଥିଲେ। ମାତ୍ର ଲାଇଫଗାର୍ଡ ଜଣକ ପହଞ୍ଚତ୍ବା ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ମାଗ୍‌ନିନି ସାହାଯ୍ୟ କରିବା ଲାଗି ଆଗଭର ହୋଇଥିଲେ। କ୍ଷୀପ୍ର ବେଗରେ ପହଁରି ସେ ଭାସିଯାଉଥିବା ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚତ୍ୟାଇଥିଲେ। ଲାଫ୍‌ ଗାର୍ଡ ପହଞ୍ଚତ୍ବା ପୂର୍ବରୁ ପର୍ଯ୍ୟଟକ ଜଣଙ୍କୁ ଭାସମାନ ଅବସ୍ଥାରେ ଧରି ରଖିଥିଲେ। ପର୍ଯ୍ୟଟକ ଜଣକ ସେତେବେଳକୁ କିଛି ପରିମାଣରେ ପାଣି ଢୋକି ସାରିଥିଲେ। ଭୟ ଓ ଆଶଙ୍କାରେ ସେ ନିର୍ବାକ ହୋଇପଡ଼ିଥିଲେ। ଲାଇଫ୍‌ ଗାର୍ଡ ଜଣକ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ପୂର୍ବତନ ବିଶ୍ୱ ଚାମ୍ପିୟନ ସନ୍ତରଣକାରୀ ୩୭ବର୍ଷୀୟ ଫିଲିପୋ ମାଗ୍‌ନିନି ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଘଟଣା ଦିନ ସେ ତାଙ୍କ ଗର୍ଲଫ୍ରେଣ୍ଡ, ଇଟାଲିଆନ ମଡେଲ ତଥା ଟିଭି ବ୍ୟକ୍ତିତ୍ୱ ଜର୍ଜିଆ ପାମାସଙ୍କ ସହିତ ନିକଟରେ ସନ୍ତରଣ କରୁଥିଲେ।

Share