ପର୍ଯ୍ୟଟକଙ୍କ ପାଇଁ ୧୫ରୁ ଖୋଲିବ ଦେବ୍ରିଗଡ଼

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଦେବ୍ରିଗଡ଼ ଅଭୟାରଣ୍ୟ ଅକ୍ଟୋବର ୧୫ରୁ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଦିନ ପାଇଁ ଏହା ୪ ମାସ ହେବ ବନ୍ଦ ରହିଥିଲା। ଦିନ ସମୟରେ ଆସୁଥିବା ପର୍ଯ୍ୟଟକମାନେ ଏଣିକି ମୁଖ୍ୟ ଗେଟ୍‌ ନିକଟରେ ଟିକେଟ ସୁବିଧା ପାଇପାରିବେ। ଅନ୍‌ଲାଇନ ମାଧ୍ୟମରେ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଟି. ସନତ କୁମାର ସୂଚନା ଦେଇଛନ୍ତି । ଅଭୟାରଣ୍ୟରେ ଚଳିତବର୍ଷଠାରୁ ନୂତନ ନିୟମ ଲାଗୁ ହେବ। ବ୍ୟକ୍ତିଗତ ଗାଡ଼ିଗୁଡିକ ଭିତରକୁ ଯିବା ନେଇ ବାରଣ କରାଯାଇଛି। ପର୍ଯ୍ୟଟକ ବୁଲିବା ପାଇଁ ୨ଟି ସଫାରି ଗାଡି ରହିଛି । ଆବଶ୍ୟକ ପଡିଲେ ଆଉ ଦୁଇଟି ଭଡ଼ାରେ ଅଣାଯିବ ବୋଲି ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ଅଭୟାରଣ୍ୟରେ ଚିତାବାଘ, କୋକିଶିଆଳି, ବଣ୍ୟ କୁକୁର, ଭାଲୁ, ବାଇସନ, ଇଣ୍ଡିଆନ୍‌ ସିଭେଟ, ପାଳମ ସିଭେଟ, ଝିଙ୍କ, ହନୁମାଙ୍କଡ, ଅଜଗର ସାପ ଭଳି ୨୩ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳିବ ।