Categories: ଜାତୀୟ

ପର୍ଯ୍ୟଟକଙ୍କ ଲାଗି ବନ୍ଦହେଲା ତାଜମହଲ

ନୂଆଦିଲ୍ଲୀ, ୧୭।୩: କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଓ ଲୋକଙ୍କୁ ସଚେତନ କରାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ, ମଲ୍‌, ହୋଟେଲ, ସିନେମା ହଲ ଆଦି ବନ୍ଦ କରାଯାଇଥିବା ବେଳେ ବିଶ୍ୱ ଐତିହ୍ୟ ତାଜମହଲକୁ ମଙ୍ଗଳବାରଠାରୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଟିକଟ କଟାଯାଉଥିବା ସମସ୍ତ ସ୍ମାରକ ଓ ମ୍ୟୁଜିୟମକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସୋମବାର କହିଛନ୍ତି।

Share