ପର୍ଯ୍ୟଟନକେନ୍ଦ୍ରରେ ଅସ୍ବାସ୍ଥ୍ୟକର ପରିବେଶ: ବଣଭୋଜି ପରେ ଉଠାଯାଉନି ଖଲିପତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ.)-ଦାରିଙ୍ଗବାଡ଼ିରବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଏବେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୈନିକ ଶତାଧିକ ପର୍ଯ୍ୟଟକ ଆସି ବଣଭୋଜି କରି ଭରପୁର ମଜା ଉଠାନ୍ତି। ଶନିବାର ଏବଂ ରବିବାର ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ହେଲେ ଯେଉଁଠି ବଣଭୋଜି ହେଉଛି, ସେଠି ଅଇଁଠା ଖଲିପତ୍ର ଫିଙ୍ଗି ଦିଆଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଫଳରେ ନୂଆ କରି ଆସୁଥିବା ପର୍ଯ୍ୟଟକ ଏବଂ ବଣଭୋଜି କରିବାକୁ ଆସୁଥିବା ଲୋକ ନାକ ଟେକଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯେଉଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ଦାୟିତ୍ୱରେ ରହିଛନ୍ତି ସେମାନେ ଠିକ ଭାବେ ଦାୟିତ୍ୱ ତୁଲାଉନାହାନ୍ତି। ଜଣେ ପର୍ଯ୍ୟଟକ ତାଙ୍କ ନାମ ଗୋପନ ରଖି କହିଛନ୍ତି, ସଫେଇ କରିବାକୁ କିଛି ମହିଳା ସେମାନଙ୍କଠାରୁ ଅର୍ଥ ନେଇଛନ୍ତି। ପର୍ଯ୍ୟଟକଙ୍କ ଠାରୁ ଗାଡ଼ି ମୋଟର ପାର୍କିଂ ସହ ସଫେଇ ପାଇଁ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ା ଅଞ୍ଚଳରେ ଅନେକ ଅସାମାଜିକ ଲୋକ ବେଆଇନ ଭାବେ ଅର୍ଥ ସଂଗ୍ରହ କରିବା ସହ ପର୍ଯ୍ୟଟନକେନ୍ଦ୍ର ସଫେଇ ନ କରିବା ଦୁର୍ଭାଗ୍ୟଜନକ ବୋଲି କିଛି ସାମାଜିକ କର୍ମୀ କହିଛନ୍ତି। ପର୍ଯ୍ୟଟନକେନ୍ଦ୍ର ଗୁଡ଼ିକରେ ଖାଲି ମଦବୋତଲ ଓ କୁଢ଼ କୁଢ଼ ପଲିଥିନ ପଡ଼ି ପରିବେଶ ଦୂଷିତ କରୁଥିବା ଅଭିଯୋଗ ହେଉଛି ା
ଏଥିପ୍ରତି ଜନସଚେତନର ଆବଶ୍ୟକ ସହ ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି କୁହାଯାଉଛି ା ଦାରିଙ୍ଗବାଡ଼ିର ଡୁଲୁରୀ ପାଇନ ବଣରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକାଧିକ ପିଣ୍ଡି ତିଆରି କରାଯାଇଛି। ସେଥିରେ ପର୍ଯ୍ୟଟକ ବସିବା ସହ ରୋଷେଇ କରି ଖାଇବା ନିମନ୍ତେ ସୁବିଧା କରାଯାଇଛି ।
ଭୋଜି ସରିବା ପରେ ଉକ୍ତ ସ୍ଥାନକୁ ସଫା କରାଯାଉ ନ ଥିବା ଜଣାପଡ଼ିଛି ା ସେହିପରି କିରିକୁଟି ଠାରେ ଥିବା ପ୍ରକୃତି ଲଭର୍ସ ପଏଣ୍ଟରେ ମଧ୍ୟ ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ କିଛି ଅସାମାଜିକ ଲୋକ ପାର୍କିଂ ଫି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି ା

Share