ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ପାର୍କିଂ ଫି’ ଆଦାୟକୁ ନେଇ ବିବାଦ ଲାଗି ରହୁଥିଲା। ପର୍ଯ୍ୟଟକ ମଧ୍ୟ ଅସନ୍ତୁଷ୍ଟ ହେଉଥିଲେ। ଏନେଇ ‘ଧରିତ୍ରୀ’ରେ ଗତ ୨୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହାପରେ ଘଟଣାକୁ ଜିଲା ପ୍ରଶାସନ ସମେତ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଦାରିଙ୍ଗବାଡ଼ି ଶୀତ ଉତ୍ସବକୁ ଆସିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଗମ୍ଭୀରତାର ସହ ନେଇଥିଲେ। ମନ୍ତ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ପ୍ରଧାନ ମିଡ଼ିୟୁବାନ୍ଦାରେ ପହଞ୍ଚତ୍ ଏହି ପାର୍କିଂ ସମସ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାର ସମାଧାନ ପାଇଁ ବାଲିଗୁଡ଼ା ଉପଖଣ୍ଡ ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଡାକ ବଙ୍ଗଳାରେ ଦାସିଂବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ୩୧ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସରପଞ୍ଚ ସଙ୍ଗୀତା ମଲ୍ଲିକ, ଦାସିଂବାଡ଼ି ଉନ୍ନୟନ କମିଟି ସଭାପତି ରାଜୀବ ମଲ୍ଲିକ, ସାରିଙ୍ଗିଇର୍ପି ବନ ସଂରକ୍ଷଣ ସମିତି ସଭାପତି ସୁନିଲ କୁମାର ପ୍ରଧାନଙ୍କୁ ନେଇ ବାଲିଗୁଡ଼ା ଡିଏଫ୍‌ଓ ନିଲନଭରଙ୍କ ଅଧ୍ୟକ୍ଷତାରେ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ଉକ୍ତ ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରାଗଲା ଏବଂ ନୂତନ କମିଟି ଚୟନ ପାଇଁ ଡିଏଫ୍‌ଓ ନିଲନଭର ଗ୍ରାମବାସୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଣିକି ବନ ସଂରକ୍ଷଣ ସମିତି ମିଡ଼ିୟୁବାନ୍ଦା ଜଳପ୍ରପାତର ରକ୍ଷଣାବେକ୍ଷଣ ସହ ପାର୍କିଂ ଫି ଆଦାୟ, ସଫେଇ କରିବେ। ସରକାରୀ ନିୟମ ଅନୁଯାୟୀ ଫି ସଂଗ୍ରହର ଅର୍ଥକୁ ବନ ସଂରକ୍ଷଣ ସମିତିର ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରାଯିବ ଏବଂ ସେମାନଙ୍କ ପ୍ରାପ୍ୟକୁ ବନ ବିଭାଗ ସମିତିକୁ ପ୍ରଦାନ କରିବ ବୋଲି ନିଷ୍ପତି ନିଆଯାଇଛି। ସେହିପରି କିରିକୁଟି ଠାରେ ରହିଥିବା ନେଚର ଲଭର୍ସ ପଏଣ୍ଟକୁ ମଧ୍ୟ ଏବେ ଜଙ୍ଗଲ ଓ ପରିବେଶ ବିଭାଗ ନିଜ ଅକ୍ତିଆରକୁ ନେଇଛି। ସେଠାରେ ମଧ୍ୟ ଖୁବ୍‌ଶୀଘ୍ର ବନ ସଂରକ୍ଷଣ ସମିତି ଗଠନ କରି ଲଭର୍ସ ପଏଣ୍ଟକୁ ହସ୍ତାନ୍ତର କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଏକ ବୈଠକରେ ଦାରିଙ୍ଗବାଡ଼ି ହୋଟେଲ ସଂଘ ସହ ଡିଏଫଓ ନିଲନଭର ଆଲୋଚନା କରିଛନ୍ତି। ହୋଟେଲ ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ କିଶୁବାଡ଼ି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଥିବା ଜଣାପଡ଼ିଛି ଉକ୍ତ ଜଳପ୍ରପାତ ବନ ବିଭାଗର ସଂରକ୍ଷିତ ଜଙ୍ଗଲରେ ରହିଥିବାରୁ ଉକ୍ତ ଜଳପ୍ରପାତକୁ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବା ସହ ନେଚର ପାର୍କକୁ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ସାଇଲେଣ୍ଟ ଭ୍ୟାଲିରେ ଗାଡ଼ି ପାର୍କି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସିମେଣ୍ଟ ବେଞ୍ଚ କରାଯିବା, ପାଙ୍ଗାଲି ଘାଟିରେ ୱାଚ୍‌ ଟାୱାର ନିର୍ମାଣ, ଡବେରୀ ନିତକ ଆମ୍ବ ଘାଟିରେ ମଡେଲ ଡମ୍ପିଂୟାର୍ଡ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଡିଏଫ୍‌ଓଙ୍କ ସମେତ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ଆଇଆଇସି କୌଶିକ ମାଝୀ, ଉପସ୍ଥିତ ଥିଲେ। ହୋଟେଲ ସଂଘ ପକ୍ଷରୁ ଲଡୁ କିଶୋର ସାହୁ, ଦିଲୀପ ସାହୁ, ରେଣୁବାଳା ସାହୁ, ସନ୍ତୋଷ କୁମାର ବିଷୋୟୀ, ମୁନା ସାହୁ, ଅଶୋକ ସାହୁ, ତୁଷାରକାନ୍ତ ସାହୁ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଡିଏଫଓଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri