ପର୍ସରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇଥାଏ ଦୁର୍ଭାଗ୍ୟର କାରଣ

ପର୍ସ ବା ଓ୍ବାଲେଟ ଟଙ୍କା ପଇସା ରଖିବା ପାଇଁ ଉଦ୍ଦିିଷ୍ଟ। ତେବେ ଅନେକେ ଏଥିରେ ଏଭଳି କିଛି ଜିନିଷ ରଖିଥାନ୍ତି, ଯାହା ଧନହାନି ବା ଦୁର୍ଭାଗ୍ୟର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପର୍ସ ବା ଓ୍ବାଲେଟରେ କ’ଣ ସବୁ ରଖିବା ଉଚିତ ନୁହେଁ…

* ପର୍ସ ବା ଓ୍ବାଲେଟରେ ଚାବି ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ସବୁବେଳେ ଧନର ଅଭାବ ଲାଗି ରହିଥାଏ ବୋଲି ବିଶ୍ୱାସ ରହିଛି।

* କିଛି ଜଣଙ୍କ ଅଭ୍ୟାସ ଥାଏ ପର୍ସରେ ବିଲ, ରସିଦ ବା ଜରୁରୀ କାଗଜପତ୍ର ରଖିବାର। ତେବେ ଏଭଳି କରିବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିଥାଏ।

* କିଛି ଜଣ ଶୋଇଲା ବେଳେ ଓ୍ବାଲେଟକୁ ତକିଆ ତଳେ ରଖି ଶୋଇଥାନ୍ତି। ଏପରି କରିବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସଂକଟ ଦେଖାଦେଇଥାଏ।

* ଚିରା ଫଟା ଓ୍ବାଲେଟରେ କଦାପି ଟଙ୍କା ରଖନ୍ତୁ ନାହିଁ।

* ବାସ୍ତୁ ଶାସ୍ତ୍ର ଅନୁଯାୟୀ ପର୍ସରେ କଦାପି ଉଧାର ଟଙ୍କା ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଋଣ ହାର ବଢିଯାଇଥାଏ ବୋଲି ବିଶ୍ୱାସ ରହିଛି।

* ପର୍ସ ବା ଓ୍ବାଲେଟକୁ କେବେ ବି ଖାଲି ରଖନ୍ତୁ ନାହିଁ। ଏଥିରେ ନିଶ୍ଚିତ ଭାବେ ଗୋଟିଏ କଏନ ବା ନୋଟ ରଖନ୍ତୁ।

*କଳା ରଙ୍ଗର ପର୍ସ ବା ଓ୍ବାଲେଟରେ ଟଙ୍କା ରଖିଲେ ପାଖରେ ପଇସା ରୁହେ ନାହିଁ ବୋଲି ମଧ୍ୟ ବିଶ୍ୱାସ ରହିଛି।