Categories: ଫୁରସତ

ପର୍ସ ଚୋରି ରୋକିବ ୱାଲେଟ୍‌ ବଟ୍‌

ଅଧିକାଂଶ ସମୟରେ ପର୍ସ ଚୋରି ଘଟଣା ଶୁଣିବାକୁ ମିଳିଥାଏ। ଯେତେ ସତର୍କତାର ସହ ରଖିଲେ ମଧ୍ୟ ବସ୍‌ କିମ୍ବା ଟ୍ରେନ୍‌ରେ ଯାତ୍ରା କଲାବେଳେ ପକେଟ୍‌ମାର୍‌ ହୋଇଯାଏ। ଏଭଳି ସ୍ଥିତିରେ ମୁଣ୍ଡ ଆଉଁଶି ଘରକୁ ଫେରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥାଏ। କିନ୍ତୁ ଏଣିକି ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହଁି। କାରଣ ବଜାରକୁ ଏକ ପର୍ସ ଆସୁଛି, ଯାହା ହଜିବା ମାତ୍ରକେ ଆପଣଙ୍କ ଫୋନ୍‌କୁ ନୋଟିଫିକେସନ୍‌ ପଠାଇଦେବ, ତା’ସହ ଆଲାର୍ମ ମଧ୍ୟ ବାଜିଉଠିବ। ୱିକନ୍‌ ଟେକ୍ନୋଲଜି ମାଧ୍ୟମରେ ପ୍ରସ୍ତୁତ ଏହି ପର୍ସର ନାମ ରହିଛି ‘ୱାଲେଟ୍‌ ବଟ୍‌’। ଏହି ପର୍ସ କୌଣସି କାରଣରୁ ବ୍ୟକ୍ତି ପାଖରୁ ଚୋରି ହେଲେ ମୋବାଇଲ୍‌କୁ ନୋଟିଫିକେସନ୍‌ ପଠାଇଦିଏ। ଯଦି ମୋବାଇଲ୍‌ ସାଥୀରେ ଆଣିବାକୁ ଭୁଲିଯାଉଥାନ୍ତି, ତେବେ ପର୍ସ ଭିତରେ ଥିବା ଆଲାର୍ମ ଆପଣଙ୍କୁ ସତର୍କ କରାଇଦେବ। ଏହି ପର୍ସ ଆଣ୍ଟି ଥେପ୍ଟ, ଆଣ୍ଟିି ଲଷ୍ଟ୍‌, ବ୍ଲୁଟୁଥ୍‌, ଟ୍ରାକିଂ ସିଷ୍ଟମ୍‌ ଏବଂ ପାୱାର୍‌ ବ୍ୟାଙ୍କ୍‌ ସହ ସଂଯୁକ୍ତ। ଏଥିରେ ୩୦୦୦ ଏମ୍‌ଏଏଚ୍‌ କ୍ଷମତାର ପାୱାର୍‌ ରହିଛି। ଏଥିରେ ପ୍ରଦତ୍ତ ବଟନ୍‌ ଦ୍ୱାରା ମୋବାଇଲ୍‌କୁ ସେଲ୍‌ଫି ମଧ୍ୟ ପଠାଇପାରିବେ। ପର୍ସର କଭର୍‌ ଚମଡ଼ାର ଥିବା ବେଳେ ଏଥିରେ ଫାଷ୍ଟ୍‌ ଚାର୍ଜିଂର ସପୋର୍ଟ ଦିଆଯାଇଛି। ଏହି ଖାସ୍‌ ପର୍ସକୁ ଏରିଷ୍ଟା ଭଲ୍ଟ ନାମକ କମ୍ପାନୀ ତିଆରି କରିଛି।

Share