ପଲକଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଛୁଇଁଯାଇଛି।

ଏକ ପିଚ୍‌ କଲରର ଶର୍ଟ ବଡିକନ ଡ୍ରେସ ସହିତ ଧଳା ରଙ୍ଗର ବ୍ଲେଜର ପିନ୍ଧିଛନ୍ତି ପଲକ। ସେ ତାଙ୍କର ଏହି ଗ୍ଲାମରସ ଫଟୋଟି ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ଓ୍ବିଣ୍ଟର ରୋଜ୍‌।

ପଲକ କେଶ ମୁକୁଳା କରିଥିବା ବେଳେ କାନରେ ବଡ଼ ଇୟରିଂ ଲଗାଇଛନ୍ତି। ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ଏହି କାନଫୁଲର ଦାମ୍‌ ମଧ୍ୟ ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଏହାର ଦାମ୍‌ ୧୯୦୦ ଟଙ୍କା। ଏହାକୁ ସେ Bling Vine ଓ୍ବେବ୍‌ସାଇଟ୍‌ରୁ କିଣିଥିଲେ। ଏହି ଇୟରିଂରେ ଗୋଲ୍ଡ ଷ୍ଟଡ୍‌ ସହିତ ଫ୍ଲୋରାଲ ଡିଜାଇନ ହୋଇଛି। ପଲକଙ୍କୁ ଏପରି ଦେଖି ପ୍ରଶଂସକ ବେଶ୍‌ ଖୁସି। କେହି କେହି କୁଇନ୍‌ କହିଛନ୍ତି ତ ଆଉ କେହି ଗର୍ଜିୟସ କହିଛନ୍ତି। ସବୁଠୁ ସୁନ୍ଦର ମେସେଜ କରିଛନ୍ତି ସଙ୍ଗୀତା ବିଜ୍‌ଲାନି। ସେ ଲେଖିଛନ୍ତି, ବହୁତ ସୁନ୍ଦର।

ସୋସିଆଲ ମିଡିଆରେ ପଲକ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କର ଫ୍ୟାନ୍‌ ଫଲୋଅର୍ସ ଢେର ଅଧିକ। କିଛିଦିନ ତଳେ ତାଙ୍କର ଏକ ଭିଡିଓ ଆସିଥିଲା। ଯେଉଁଥିରେ ସେ ବରୁଣ ଧାଓ୍ବନଙ୍କ ସହ ଡ୍ୟାନ୍ସ କରୁଥିଲେ। କୁହାଯାଉଛି, ପଲକ ଖୁବ୍‌ଶୀଘ୍ର ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ମାତ୍ର ଏ ବିଷୟରେ ସେ ଖୁଲାସା କରିନାହାନ୍ତି।

Share