Categories: ଗଞ୍ଜାମ

ପଲିଥିନ୍‌ ଜବତ, ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ, ୨୩।୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ରାତିରେ ଚଢ଼ାଉ କରାଯାଇଛି । ନିଗମ ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଓ ସ୍ବାସ୍ଥ୍ୟ ଅଧିକାରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ରାତିରେ ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳର ବିଭିନ୍ନ ଗାର୍ମେଣ୍ଟ ଦୋକାନ ଓ ହୋଟେଲରେ ଚଢ଼ାଉ କରିଥିଲେ। ରାଧା ହୋଟେଲରେ ଆବର୍ଜନା ସଂଗ୍ରହ ପାଇଁ ଡ଼ଷ୍ଟବିନ ବ୍ୟବହାର କରୁ ନ ଥିବା ଦୃଷ୍ଟିକୁ ଆସିଥିଲା । ରୋଷେଇ କାର୍ଯ୍ୟରେ ଡୋମେଷ୍ଟିକ ସିଲିଣ୍ଡର ବ୍ୟବହାର କରୁଥିବା ଦେଖାଯାଇଥିଲା। ହୋଟେଲର ୪ ଡୋମେଷ୍ଟିକ ସିଲିଣ୍ଡର ଜବତ କରାଯିବା ସହ ୩୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
ସେହିପରି ମାତ୍ରାଧିକ ପଲିଥିନ ଗଛିତ ରଖିଥିବା ଯୋଗୁ ମହାନ୍ତି ଡ୍ରେସ୍‌ ଦୋକାନକୁ ବିଏମ୍‌ସି ପକ୍ଷରୁ ସିଲ କରାଯାଇଥିଲା । ଏଥିସହ ବିଭିନ୍ନ ଦୋକାନରୁ ୨୫୦୦୦ ଟଙ୍କା ୟୁଜର୍ସ ଫି ଆଦାୟ କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି ।