ପଲିଥିନ୍‌ ତଲେ ଅସାହା ଜୀବନ୍‌

ପାଇକମାଳ, ୨୫ା୧୦(ଡି.ଏନ୍‌.ଏ.)-ବରଗଡ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ କଷ୍ଟ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତା କି ତାକର ଜମିବାଡ଼ି କିଛି ନଁାଇଁନ। ଏନ୍‌ତାଥି ମାଣ୍ଡୋଲିସ ଗଁାର ଲକ୍ଷ୍ମଣ ସୁନା ତାହାକୁ ୨ ଡେସିମିଲ ଜାଗା ଦାନରେ ଦେଇଛନ୍‌। ସେ ଜାଗାରେ କଷ୍ଟ ଝାଟିମାଟିର କୁରିଆଟେ କରି ପଲିଥିନ୍‌ ଢାପି କୁଟୁମବସିଆ ରହୁଛନ୍‌। କଷ୍ଟ ଭୂମିହୀନ ହିସାବେ ସରକାରୀ ଯୋଜନାରେ ୪ ଡେସିମିଲ ଡିହ ପାଇଛନ୍‌ ସତ୍‌। ହେଲେ ସେ ପାଇଥିବାର ଜାଗା ଘର ତିଆରିବାର ଲେଖେଁ ଜାଗା ନୁହେ। ଆଗରୁ କଷ୍ଟ କୁଟୁମସିଆ ପଦ୍ମପୁର ବ୍ଲକ କଲିଆମୁଣ୍ଡା ଗଁାରେ କୁଲିମଜୁରି କରି ରହୁଥିଲେ। ସେଠାନେ ତାକର ରାଶନ କାର୍ଡ ବି ହେଇଥିଲା। ହେଲେ ନିଜର ଗଁାକେ ଫିରଲା ଉତାରୁ ଆଏଜ୍‌କେ ୪ ବଛର ହେଲା ସେ ରାଶନ କାର୍ଡ ଖଁଡ଼େ ପାଇ ନାଇଁପାରବାର। ଏନ୍‌ତା କି ସେ ଭିନେ ଭିନେ ସମିଆରେ ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଲାଗି ପରଶାସନିକ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଥିବାର କଷ୍ଟ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ କଷ୍ଟକୁଁ ଆବାସ ଯୋଜନାରେ ଘର ଆର ରାଶନ କାର୍ଡ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।