ଗଣ୍ଡତୁରୁମ, ୯।୯ (ଡି.ଏନ୍.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ ଗଲା ମଙ୍ଗଲବାରନୁ ଲଘୁଚାପ ପରଭାବରେ ବରଷା ଲାଗିରହିଛେ। ବାଦଲଫଟା ବରଷାରେ ବ୍ଲକ ଅଧୀନ ଅନେକ୍ ଗଁାଗଁଡ଼ାରେ ଲୁକ୍କର ବଡ଼ଭାରି କ୍ଷୟକ୍ଷତି ହେଇଥିବାର ଜନାଯାଇଛେ।
ସୂଚନା ଅନ୍ସାରେ ଭେଡ଼େନ ବ୍ଲକ ଗଣ୍ଡତୁରୁମ ଗଁାର ଏକରା ରାଉତିଆ। ପରିବାର କହେଲେ ମାଏକିନା ଯମୁନା, ପୁଓ କୁମର ଆର ବହ ପାର୍ବତୀକେ ନେଇ ତାକର ସଁସାର। ଗଲା ଜୁନ୍ ମାସେ ତାକର ମାଏଟ୍ କୁରିଆରେ ଚୁଲିରୁ ନିଅଁା ଲାଗି ଘରଟା ଛାରଖାର ହେଇଯାଇଥିଲା। ଇଥ୍ରେ ତାକର ଧାନଚାଉଲ, ଜିନିଷପାତି, କପଡ଼ାଲତା ସବୁ ପୁଡ଼ି ଖାର ହେଇଯାଇଥିଲା। ଏନ୍ତାଥି ଗଁାର ଅନେକ ସହୁରୁଦ୍ ଲୋକ୍ ତାହାକୁ କପଡ଼ାଲତା ଦେବାର ସଂଗେ ପରଶାସନକେ ସରକାରୀ ସାହାଯ୍ ଯୁଗେଇ ଦେବାକେ ଗୁହାରି କରିଥିଲେ। ହେଲେ ତହସିଲ କତୁରପକ୍ଷ ଇ ଅସାହା ପରିବାରକେ ପଲିଥିନ୍ ଖଁଡ଼େ ଦେଇ ନିଜର ଦାଇତିଅ ସାରିଦେଇଥିଲା। ଏନ୍ତାଥି କୁଟୁମବସିଆ କୁଲିମଜୁରି କରି ଝାଟିମାଟିରେ ଗୁଟେ କୁରିଆ କରି ମୁଡ଼ ଗୁଁଜିଛନ୍। ହେଲେ ତାକର ମାଏଟ୍ କୁରିଆର ଅବସ୍ତା ଏନ୍ତା ଯେ, ଲୁକ୍କର ଗାଈଗୁହାଲ ଭଲ ଆଏ। ଅଲପ ବରଷାରେ ବି ଘରଟା ପାଏନ୍ରେ ଦରହ ପାଲଟିଯାଉଛେ। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। କଏରା, କୁମର ଆର ପାର୍ବତୀ କୁଲିମଜୁରି କରୁଥିଲାବେଲେ ଯମୁନା ଝନେ ଅଁଧେନ୍ ଆଏ। ହେଲେ ଘରର ପରିସ୍ଥିତି ଆର ପେଟ୍ ପାଲବାର ଲାଗି ସେ ବି ବାଟ୍ ଅଁଡାଲି ଅଁଡାଲି ଫିଦିନ୍ ଭିଖ୍ ମାଗୁଛନ୍। ଏନ୍ତାଥି ଇ ଅସାହା ଗରିବ୍ ପରିବାରକେ ଦାଉ ସାଧିଛେ ଲଘୁଚାପ୍ ବରଷା। ବରଷା ପାଏନ୍ରୁ ଧାନଚାଉଲ, ଜିନିଷ୍ପାତି ବଁଚାବାକେ ପରିବାର ଲୋକ୍ ସ୍ବଚ୍ଛ ଭାରତ ମିଶନରେ ପାଇଥିବାର ପାଏଖାନା ଘରେ ସବୁ ରଖିଛନ୍। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ଭୂମିହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍। ହେଲେ ଇ ଦୁଖି ପରିବାର ଲାଗି ସତେ ଯେନ୍ତା ସରକାରୀ ଆବାସ ଯୋଜନା ସାତ୍ସପନ ପାଲଟିଛେ। ଜିଲା ଆର ବ୍ଲକ ପରଶାସନ ଇ ନିହାତି ଗରିବ୍ ପରିବାର ଉପରେ ଦୁରୁଷ୍ଟି ଦେଇ ଯେତେ ଜଲଦି ହେବା ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍।